ETV Bharat / state

ଅନୁଗୋଳରେ ଦନ୍ତା ଆତଙ୍କ; ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର - house

ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ । ଗାଁ ଭିତରେ ପଶି ଉତ୍ପାତ ମଚାଉଛନ୍ତି ହାତୀପଲ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ
author img

By

Published : Jul 2, 2019, 3:44 PM IST

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ବନ୍ତଳା ବନାଞ୍ଚଳ ବ୍ରହ୍ମପୁର ଗାଁରେ ଦନ୍ତା ଆତଙ୍କ । ଘର ଭାଙ୍ଗିଲା, ଧାନ ଚାଉଳ ଖାଇଲା ଦନ୍ତା । ଅଳ୍ପକେ ବଞ୍ଚିଯାଇଛନ୍ତି ପରିବାର ସଦସ୍ୟ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ସୂଚନା ମୁତାବକ, ସୋମବାର ରାତିରେ ହାତୀପଲ ଗାଁର ତରୁଣ ପ୍ରଧାନଙ୍କ ଘରେ ଉତ୍ପାତ କରିଥିଲେ । ଦୁଇ ବଖରା ଘର ଭାଙ୍ଗି ଦେଇଛନ୍ତି ହାତୀ । ଘରେ ପଶି ଧାନ ଚାଉଳ ଖାଇଛନ୍ତି । ତରୁଣ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଘଟିଛି ଏହି ଘଟଣା । ସୌଭାଗ୍ୟବଶତଃ ହାତୀପଲ ଦେଖି ଦୌଡ଼ି ପଳାଇଥିଲେ ପରିବାର ଲୋକେ । ଦୀର୍ଘ ସମୟ ଧରି ଚାଲିଥିଲା ହାତୀ ଉପଦ୍ରବ ।

ଅଭିଯୋଗ ହୋଇଛି, ସନ୍ଧ୍ୟା ହେଲେ ଗାଁରେ ବିଦ୍ୟୁତ କାଟ ହେଉଛି । ଫଳରେ ଅନ୍ଧାରରେ ହାତୀପଲ ଗାଁକୁ ପଶୁଛନ୍ତି । ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ହାତୀ ଉପଦ୍ରଵ ରୋକିବାକୁ ଲୋକେ ବାରମ୍ବାର ବନବିଭାଗକୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଥମୁନି ହାତୀ ଉପଦ୍ରବ । ରାତି ରେ ଗାଁ ରେ ପଶି ଛାରଖାର କଲେ । Body:ଅନୁଗୋଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ ।ଜିଲ୍ଲାର ବନ୍ତଳା ବନାଞ୍ଚଳ ବ୍ରହ୍ମପୁର ଗାଁରେ ହାତୀ ଉପଦ୍ରଵ। ଗତକାଲି ରାତିରେ ଦନ୍ତା ହାତୀ ଗାଁର ତରୁଣ ପ୍ରଧାନଙ୍କ ଦୁଇ ବଖରା ଘର ଭାଙ୍ଗି ଦେବା ସହ ବହୁ କଦଳୀ ଗଛ ଭାଙ୍ଗି ଦେଇଛନ୍ତି। ଘର ଭିତରୁ ଧାନ ଚାଉଳ ଖାଇ ଦେଇଛନ୍ତି। ଘର ଭିତରେ ତରୁଣ ଓ ତାଙ୍କ ପରିବାର ଲୋକେ ଶୋଇ ଥିଲେ। ସୌଭାଗ୍ୟ ବଶତଃ ସେମାନେ ଦୌଡ଼ି ପଳାଇ ଜୀବନ ରକ୍ଷା କରିଛନ୍ତି। ବହୁ ସମୟ ଧରି ହାତୀ ସେଠାରେ ଉପଦ୍ରଵ କରିଥିଲେ। ସନ୍ଧ୍ୟା ହେଲେ ଗାଁରେ ବିଦ୍ୟୁତ କାଟ ହେଉଥିବାରୁ ଅନ୍ଧାରରେ ହାତୀ ପଲ ପସୁଛନ୍ତି। ତେଣୁ ଗାଁରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ହାତୀ ଉପଦ୍ରଵ ରୋକିବାକୁ ଲୋକେ ବାରମ୍ବାର ବନବିଭାଗକୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର କରା ଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.