ETV Bharat / state

ଠକାମୀରେ ଶିକାର ହେଉଛନ୍ତି ଠିକା ବିଦ୍ୟୁତ କର୍ମଚାରୀ

ଠିକା କର୍ମଚାରୀଙ୍କୁ କାମରେ ଲଗାଇ ଟଙ୍କା ନଦେବାରୁ ଅନୁଗୋଳ ବିଦ୍ୟୁତ ବିଭାଗ କର୍ଯ୍ୟାଳୟରେ ଆନ୍ଦୋଳନ କରିଛନ୍ତି ଠିକା କର୍ମଚାରୀ। ଅଧିକ ପଢନ୍ତୁ...

author img

By

Published : Jul 10, 2021, 2:09 PM IST

ଠକାମୀରେ ଶିକାର ହେଉଛନ୍ତି ଠିକା ବିଦ୍ୟୁତ କର୍ମଚାରୀ
ଠକାମୀରେ ଶିକାର ହେଉଛନ୍ତି ଠିକା ବିଦ୍ୟୁତ କର୍ମଚାରୀ

ଅନୁଗୋଳ: କାମରେ ଲଗାଇ ଠିକା କର୍ମଚାରୀଙ୍କୁ ଠକେଇ । ଟାଟା ପାୱାର ଠାରୁ ଠିକାରେ ନେଇ କର୍ମଚାରୀ ନିଯୁକ୍ତି ଦେଉଥିବା ଠିକା ସଂସ୍ଥା ଏବେ କର୍ମଚାରୀ ଙ୍କୁ ହଇରାଣ କରୁଛି । ଯାହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକାରେ ଆସିଥିବା ବିଦ୍ୟୁତ କର୍ମଚାରୀ। ଏନେଇ ଆଜି ବିଭିନ୍ନ ଦାବି ନେଇ ଅନୁଗୋଳ ବିଦ୍ୟୁତ ବିଭାଗର କର୍ଯ୍ୟାଳୟରେ ଆନ୍ଦୋଳନ କରିଛନ୍ତି ଠିକା କର୍ମଚାରୀ। ପ୍ରତିବର୍ଷ ନିୟୋଜିତ ନୂତନ ଠିକାଦାର ସେମାନଙ୍କୁ ହଇରାଣ ହରକତ କରିବା ସହ ଦରମା କାଟ କରୁଛନ୍ତି।

ଫଳରେ କର୍ମଚାରୀଙ୍କ କ୍ଷେତ୍ରରେ କାମ କରିବା କଷ୍ଟକର ହୋଇ ପଡୁଛି । ଯାହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି କର୍ମଚାରୀ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.