ଅନୁଗୋଳ: ବିଦ୍ୟୁତ ସଂସ୍ପର୍ଶରେ ଆସି ଅକାଳରେ ଚାଲିଗଲା ଦୁଇ ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କୋଲିୟାରୀ ଥାନା କର୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ।
ସୂଚନାଅନୁସାରେ, ଘରେ ଶୋଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଦମ୍ପତି । ଆଜି ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସର୍ଟ ସର୍କିଟ କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ମୃତକ ଦୁଇଜଣ ହେଲେ ଦୁଃଖବନ୍ଧୁ ସାହୁ ଓ ତାଙ୍କ ସ୍ତ୍ରୀ ପାଞ୍ଚାଳି ସାହୁ । ଘଟଣାରେ ସ୍ଥାନୀୟ ଅଞ୍ଚଳେ ଶୋକର ଛାୟା ଖେଳିଯାଇଛି ।
ଘଟଣାର ଖବର ପାଇ ସ୍ଥାନୀୟ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସେମାନଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଛନ୍ତି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଦମ୍ପତି ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ତାର ପ୍ରକୃତ କାରଣ ଜଣାପଡିନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ