ETV Bharat / state

ବେଆଇନ ପାର୍କିଂ ପାଇଁ ନଷ୍ଟ ହେଉଛି ଐତିହ୍ୟ ପୋଖରୀ

author img

By

Published : Feb 27, 2020, 2:56 PM IST

ଅନୁଗୋଳ ଐତିହ୍ୟ ସମ୍ପନ୍ନ ନାରଣ ସାଗର ପୋଖରୀ ଏବେ ପ୍ରଦୂଷିତ ହେବାରେ ଲାଗିଛି । ପୋଖରୀ ନିକଟରେ ଦୈନିକ ବହୁ ସଂଖ୍ୟାରେ ଗାଡି ବେଆଇନ ଭାବେ ପାର୍କିଂ କରାଯାଉଛି । ଅଧିକ ପଢନ୍ତୁ...

ବେଆଇନ ପାର୍କିଂ ପାଇଁ ନଷ୍ଟ ହେଉଛି ଐତିହ ପୋଖରୀ

ଅନୁଗୋଳ: ସହର ମଧ୍ୟ ଭାଗରେ ଥିବା ଐତିହ୍ୟ ସମ୍ପନ୍ନ ନାରଣ ସାଗର ପୋଖରୀ ଏବେ ପ୍ରଦୂଷିତ ହେବାରେ ଲାଗିଛି । ପୋଖରୀ ନିକଟରେ ଦୈନିକ ବହୁ ସଂଖ୍ୟାରେ ଗାଡି ବେଆଇନ ଭାବେ ପାର୍କିଂ କରାଯାଉଛି । ଗାଡିର ଧୂଆଁ ଯୋଗୁଁ ପୋଖରୀ ପାଣି ଦୂଷିତ ହେବାରେ ଲାଗିଛି ।

ପାଚେରୀ ଭାଙ୍ଗି ରୁଜି ଯାଇଛି । ପୋଖରୀକୁ ଲାଗି ରହିଥିବା ରାସ୍ତା କାଦୁଅ ପଚପଚ । ସେ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ପୋଖରୀ ନିକଟରେ ଜଗନ୍ନାଥ ମନ୍ଦିର ଥିବାରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି । ତାଳଚେର ଅନୁଗୋଳ ମେରମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ପୋଖରୀ କୂଳରେ ସୁନ୍ଦର ସିମେଣ୍ଟ ତୋରଣ ଓ ବସିବା ପାଇଁ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ନାରଣ ସାଗର ପୋଖରୀ ପ୍ରଦୂଷଣ ଯୋଗୁଁ ତାହା କୌଣସି କାମରେ ଆସୁନାହିଁ ।

ଏହି ପୋଖରୀରେ ପ୍ରଭୁ ଜଗନ୍ନାଥଙ୍କ ଚାପ ଖେଳ ହୁଏ । ବିହାରୀ ସମ୍ପ୍ରଦାୟର ମହିଳା ଛଟ ପୂଜା କରନ୍ତି । ଏହାଛଡା ମତ୍ସ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଯୋଜନା କରାଯାଇଛି । କିନ୍ତୁ କେବଳ ବେଆଇନ ଗାଡି ପାର୍କିଂ ଓ ଧୂଆଁ ଯୋଗୁ ପୋଖରୀ ପ୍ରଦୂଷଣ ହେଉଥିବାରୁ କିଛି ହୋଇ ପାରୁନାହିଁ । ସ୍ଥାନୀୟ ଜନ ସାଧାରଣ ବାରମ୍ବାର ପ୍ରଶାସନ ନିକଟରେ ଏହାର ନିରାକରଣ ପାଇଁ ଅଭିଯୋଗ କରିଛନ୍ତି । କିନ୍ତୁ କେହି ଶୁଣୁ ନାହାଁନ୍ତି।

ଏନେଇ ଆମ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ତେବେ ଏନେଇ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.