ETV Bharat / state

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ: 3ମାସ ମଧ୍ୟରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଚେତାବନୀ

author img

By

Published : Mar 17, 2023, 10:57 PM IST

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସାମୁହିକ ଭାବେ ସ୍ଥଗିତ କରିଛନ୍ତି ଡ୍ରାଇଭର ମହାସଂଘ । ଆଗାମୀ 3 ମାସ ମଧ୍ୟରେ ମହାସଂଘର ଦାବି ହେବ ସମାଧାନ । ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଆମେ ସମୂହ ଆତ୍ମାହୁତି ଚେତାବନୀ । ଅଧିକ ପଢ଼ନ୍ତୁ

୩ମାସ ମଧ୍ୟରେ ଦାବି ଗୁଡିକ ପୂରଣ ନହେଲେ ପୁଣି ହେବ ଆନ୍ଦୋଳନ

ଅନୁଗୋଳ: ତିନିଦିନ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ଡ୍ରାଇଭର ମହାସଂଘ । ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ସରକାରଙ୍କର ପ୍ରତିଶ୍ରୁତି ପରେ ସାମୁହିକ ଆନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ । ଆଗାମୀ 3 ମାସ ମଧ୍ୟରେ ମହାସଂଘର ଦାବି ସମାଧାନ ହେବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ସରକାରଙ୍କ ଘୋଷଣା, ପ୍ରତିଶ୍ରୁତି ଏବଂ ଜନସାଧାରଣଙ୍କ ହିତକୁ ଦୃଷ୍ଟିରୁ ଏହି ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ତେବେ ଡ୍ରାଇଭର ମହାସଂଘ ସଭାପତି କହିଛନ୍ତି, ‘‘ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧକୁ ରକ୍ଷା କରି ଏବଂ ଜନ ସାଧରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଆମେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରୁ ଓହରିଲୁ । ଆସନ୍ତା ୩ମାସ ମଧ୍ୟରେ ଦାବି ଗୁଡିକ ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଆମେ ସମୂହ ଆତ୍ମାହୁତି ଦେବୁ ବୋଲି ଚେତାବନୀ ଦେଇଛି ଡ୍ରାଇଭର ଏକତା ମଞ୍ଚ ।’’ ଏହି ସମ୍ମିଳନୀରେ ରାଜ୍ୟ ମୋଟର ଚାଳକ ସଙ୍ଘ, ରାଜ୍ୟ ଡ୍ରାଇଭର ସଙ୍ଘ, ଅଲ ଓଡିଶା ପରିବହନ ଚାଳକ ସଙ୍ଘ, କଳିଙ୍ଗ ଅଟୋ ଚାଳକ ସଂଘ ଏବଂ ନାଇଟ ହେଲଥ କ୍ୟାମ୍ପ ଗ୍ରୁପର ସଭାପତି ମାନେ ଯୋଗ ଦେଇଥିଲେ।

ତେବେ ଗତକାଲି(ଗୁରୁବାର) ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟାଳୟ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା 3 ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡ଼ିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଦୁଇ ଦିନ ଧରି ଜାରି ରଖିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଡ୍ରାଇଭର ଏକତା ମହାସଂଘ ସହ ଆଜି ଲୋକସେବା ଭବନରେ ଆଲୋଚନା ହୋଇଛି । ତାଙ୍କ ଦାବି ସମ୍ପର୍କରେ ସରକାର ସଚେତନ ଅଛନ୍ତି । ସହୃଦୟତାର ବିଚାର କରୁଛନ୍ତି । ଆସନ୍ତା 3 ମାସ ମଧ୍ୟରେ ସେମାନଙ୍କ ଦାବି ଯଥାସମ୍ଭବ ପୂରଣ କରାଯିବ । ଆଲୋଚନା ପରେ ମହାସଂଘ ଧର୍ମଘଟ ସମ୍ପର୍କରେ ସକରାତ୍ମକ ନିଷ୍ପତ୍ତି ନେବେ । ତେବେ ଡ୍ରାଇଭର ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲେଇ ଥିଲେ । 10 ଦଫା ଦାବି ସମ୍ବଳିତ ଦାବିପତ୍ର 30 ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.