ଅନୁଗୋଳ: ସାଧାରଣ ଦେହ ଖରାପ ଥିଲେ ଡାକ୍ତରଖାନାକୁ ଆସନ୍ତୁ ନାହିଁ । ଘରେ ରହି ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଯୋଗଯୋଗ କରି ପରାମର୍ଶ ନିଅନ୍ତୁ । ଏନେଇ ବିଶେଷଜ୍ଞ ଡାକ୍ତରମାନଙ୍କର ଟେଲି ଫୋନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି ହୋଇଛି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଏହି ପଦକ୍ଷେପ ଆପଣେଇଛି ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ରାଜ୍ୟରେ ଧୀରେ ଧୀରେ କୋରୋନା ଆକ୍ରାନ୍ତଙ୍କରେ ବୃଦ୍ଧି ଘଟୁଛି । ଏଭଳି ସ୍ଥିତିରେ ଏହାକୁ କିପରି ନିୟନ୍ତ୍ରଣ କରାଯିବା ସେନେଇ ରାଜ୍ୟ ସରକାରଙ୍କ ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାରେ ଭିଡ ନ ଜମେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସକାଳ 8 ଟାରୁ ଦିନ 12 ଟା ମଧ୍ୟରେ ଫୋନ କରି ପରାମର୍ଶ ନେଇପାରିବେ ଅସୁସ୍ଥ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ