ETV Bharat / state

ଜିଲ୍ଲା ଖଣିଜ ପାଣ୍ଠିର ଉଚିତ ବିନିଯୋଗ ପାଇଁ ଲୋକ ପ୍ରତିନିଧିଙ୍କ ପରାମର୍ଶ - ତାଳଚେର ବିଧାୟକ

ଜିଲ୍ଲା ଖଣିଜ ପାଣ୍ଠିର ସଠିକ ବିନିଯୋଗ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଲୋକପ୍ରତିନିଧିମାନେ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍‌ ସେବା ଭଳି ଅତ୍ୟାବଶ୍ୟକ ସେବା ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Nov 12, 2019, 1:02 PM IST

ଅନୁଗୋଳ: ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ସପ୍ତମ ବୋର୍ଡ ଅଫ୍‌ ଟ୍ରଷ୍ଟି ବୈଠକ ବସିଥିଲା । ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ବିକାଶ ଓ କଲ୍ୟାଣ ପାଇଁ ଥିବା ଜିଲା ଖଣିଜ ପାଣ୍ଠିର ଉଚିତ ବିନିଯୋଗ କରାଯାଉ ବୋଲି ସରକାରୀ ଅଧିକାରୀଙ୍କୁ ପରାମର୍ଶ ଦେଲେ ଜିଲାର ସାଂସଦ ଓ ବିଧାୟକ ।

ଜିଲା ଖଣିଜ ପାଣ୍ଠିରୁ ନିୟମାବଳୀ ଆଧାରରେ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରିବା ସହ ଚଳିତ ବର୍ଷ ପାଇଁ ଏକ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୧୫ ମସିହାରୁ ଜିଲାରେ ଜିଲା ଖଣିଜ ପାଣ୍ଠି କାର୍ଯ୍ୟକାରୀ ହେଉଛି । ଜିଲାର ସାମୂହିକ ବିକାଶ ଓ ଲୋକଙ୍କ ହିତରେ ବିଭିନ୍ନ ପ୍ରକଳ୍ପ ଜରିଆରେ ଅର୍ଥ ଖର୍ଚ୍ଚ କରିବାକୁ ଏମ୍‌ପି ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ସେହିପରି ଜିଲା ଖଣିଜ ପାଣ୍ଠିରେ ଜଳ ଯୋଗାଣ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଥିବା ଅନୁଦାନ ଠିକ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍‌ ସେବା ଭଳି ଅତ୍ୟାବଶ୍ୟକ ସେବା ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜିଲା ଖଣିଜ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା ୧୨୦୮.୪୨ କୋଟି ଟଙ୍କା ସଂଗ୍ରହ ହୋଇଛି। ସେଥିମଧ୍ୟରୁ ମୋଟ ୧୦୯୮.୯୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି। ଏଥିରେ ଉଚ୍ଚ ଅଗ୍ରାଧିକାର ସେକ୍ଟରରେ ୧୮୧୪ଟି ପ୍ରକଳ୍ପ ଓ ଅନ୍ୟାନ୍ୟ ଅଗ୍ରାଧିକାର ସେକ୍ଟରରେ ୧୧୦୪ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ୧୬୨୭ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୫୨ଟି ଚାଲୁ ରହିଛି ଓ ୫୪୨ଟି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଵ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଉପସ୍ଥିତ ରହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ବିକାଶ ଓ କଲ୍ୟାଣ ପାଇଁ ଥିବା ଜିଲା ଖଣିଜ ପାଣ୍ଠିର ଉଚିତ ବିନିଯୋଗ କର । ସପ୍ତମ ବୋର୍ଡ ଅଫ୍‌ ଟ୍ରଷ୍ଟି ବୈଠକ ରେ ସରକାରୀ ଅଧିକାରୀ ଙ୍କୁ ପରାମର୍ଶ ଦେଲେ ଜିଲାର ସାଂସଦ ବିଧାୟକ ।ଆବଶ୍ୟକ ସ୍ଥାନରେ ଖର୍ଚ୍ଚ ହେଉ ଟଙ୍କା ।Body: ଜିଲା ଖଣିଜ ପାଣ୍ଠିରୁ ନିୟମାବଳୀ ଆଧାରରେ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରିବା ସହ ଚଳିତ ବର୍ଷ ପାଇଁ ଏକ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ସଦସ୍ୟ। ଅନୁଗୋଳ ଜିଲା ଗ୍ରାମ୍ୟ ଉର୍ଣ୍ଣୟନ ସମ୍ମିଳନୀରେ କକ୍ଷରେ ଏହି ବୈଠକରେ ବସିଥିଲା । ଢେଙ୍କାନାଳ ସଂସଦ ମହେଶ ସାହୁ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଵ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଉପସ୍ଥିତ ରହିଥିଲେ ।
୨୦୧୫ ମସିହାରୁ ଜିଲାରେ କାର୍ଯ୍ୟକାରୀ ହେଉଛି ଜିଲା ଖଣିଜ ପାଣ୍ଠି । ଜିଲାର ସାମୂହିକ ବିକାଶ ଓ ଲୋକମାନଙ୍କ ହିତରେ ବିଭିନ୍ନ ପ୍ରକଳ୍ପ ଜରିଆରେ ଅର୍ଥ ଖର୍ଚ୍ଚ କରିବାକୁ ଏମ୍‌ପି ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ସେହିପରି ଜିଲା ଖଣିଜ ପାଣ୍ଠିରେ ଜଳ ଯୋଗାଣ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଥିବା ଅନୁଦାନ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍‌ ସେବା ଭଳି ଅତ୍ୟବଶ୍ୟକ ସେବା ତ୍ୱରାନ୍ବିତ ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ।Conclusion:ଜିଲା ଖଣିଜ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା ୧୨୦୮.୪୨ କୋଟି ଟଙ୍କା ସଂଗ୍ରହ ହୋଇଛି। ସେଥିମଧ୍ୟରୁ ମୋଟ ୧୦୯୮.୯୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି। ଏଥିରେ ଉଚ୍ଚ ଅଗ୍ରାଧିକାର ସେକ୍ଟରରେ ୧୮୧୪ଟି ପ୍ରକଳ୍ପ ଓ ଅନ୍ୟାନ୍ୟ ଅଗ୍ରାଧିକାର ସେକ୍ଟରରେ ୧୧୦୪ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ୧୬୨୭ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୫୨ଟି ଚାଲୁ ରହିଛି ଓ ୫୪୨ଟି କାର୍ଯ୍ୟ ଆରମ୍ଭ ହୋଇନାହିଁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.