ETV Bharat / state

କୋହଳ ହେଲା କଟକଣା; ସ୍ବାଭାବିକ ଜୀବନଯାତ୍ରା - ଜିଲ୍ଲା ପ୍ରଶାସନ

ଅନୁଗୋଳ ଜିଲ୍ଲା ସଂକ୍ରମଣ କମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି । ଅଧିକ ପଢନ୍ତୁ...

ଦୋକାନ ବଜାର ଖୋଲିବାକୁ ଅନୁମତି
ଦୋକାନ ବଜାର ଖୋଲିବାକୁ ଅନୁମତି
author img

By

Published : Jul 1, 2021, 2:13 PM IST

ଅନୁଗୋଳ: ଜିଲ୍ଲାରେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି । କଟକଣା କୋହଳ ହେବା ପରେ ସ୍ବାଭାବିକ ହୋଇଛି ଜୀବନଯାତ୍ରା ।

ଦୋକାନ ବଜାର ଖୋଲିବାକୁ ଅନୁମତି

ଆଜିଠାରୁ ଜିଲ୍ଲାରେ କୋରୋନା କଟକଣା କୋହଳ କରାଯାଇଛି । ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଜି ଠାରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ନିୟମ ମାନି ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ବିଶେଷ କରି ଦୀର୍ଘ ଦିନ ହେଲା ରାସ୍ତା କଡରେ ଥିବା ଉଠା ଦୋକାନୀମାନେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ । ସେମାନଙ୍କୁ ମଧ୍ୟ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ତେଣୁ ଦୋକାନୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସରକାରୀ ନିୟମ ମାନି କାରବାର କରିବାକୁ ଦୋକାନୀମାନେ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ପକ୍ଷରେ ସଂକ୍ରମଣ କମିଥିଲେ ମଧ୍ୟ ସଙ୍କଟ ଟଳି ନଥିବାରୁ ସମସ୍ତେ ଆଗ ଭଳି ସତର୍କତା ଅବଲମ୍ବନ କରିବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.