ETV Bharat / state

ଜାତୀୟ ପତାକାକୁ ଅବମାନନା, ଓଲଟା ପତାକା ଉଡାଇଲେ ସରକାରୀ କର୍ମଚାରୀ - ଅନୁଗୋଳ

ସାଧାରଣତନ୍ତ୍ର ଦିବସ ପାଳନକୁ 71 ବର୍ଷ ବିତିଗଲାଣି । 72ତମ ବର୍ଷରେ ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ କିନ୍ତୁ ଏପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇବେ ଶିଖିପାରିଲେନି ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ...

ଜାତୀୟ ପତାକାକୁ ଅବମାନନା , ଓଲଟା ପତାକା ଉଡାଇଲେ ସରକାରୀ କର୍ମଚାରୀ

author img

By

Published : Jan 26, 2021, 4:37 PM IST

ଅନୁଗୋଳ: ସାଧାରଣତନ୍ତ୍ର ଦିବସ ପାଳନକୁ 71 ବର୍ଷ ବିତିଗଲାଣି । 72ତମ ବର୍ଷରେ ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ କିନ୍ତୁ ଏପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇବେ ଶିଖିପାରିଲେନି ସରକାରୀ କର୍ମଚାରୀ । ଆଜି ଏଭଳି ଏକ ଦୃଶ୍ୟ ଅନୁଗୋଳରେ ଦେଖିବାକୁ ମିଳିଛି । 72 ତମ ଦିବସ ପାଳନ କରିବା ପରେ ବି ଜାତୀୟ ପତାକାକୁ ନେଇ ଲୋକ ସଚେତନ ନାହାଁନ୍ତି ।

ଜାତୀୟ ପତାକାକୁ ଅବମାନନା , ଓଲଟା ପତାକା ଉଡାଇଲେ ସରକାରୀ କର୍ମଚାରୀ

ସକାଳେ ଅନୁଗୋଳର ସଂଯୁକ୍ତ ସମବାୟ ବ୍ୟାଙ୍କ ପରିସରରେ ପତାକା ଉତ୍ତୋଳନ ହେଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସି ଉତ୍ତୋଳନ କଲେ କିନ୍ତୁ ପତାକାଟି ଓଲଟା ବନ୍ଧା ଯାଇଥିଲା। ତୁରନ୍ତ ଓଲଟା ଉଡିବା ଦେଖି ପୁଣି ଥରେ ପତାକାକୁ ତଳକୁ ଆଣି ସିଧାକରି ସଠିକ ଭାବେ ବନ୍ଧା ଯାଇଥିଲା। ଜିଲାପାଳ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରି ସେଠାରୁ ପଳାଇଥିଲେ। ଏ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପଚାରିବାରୁ କେହି କିଛି କହିଲେ ନାହିଁ। ଓଲଟା ଏହି ଖବର ପ୍ରକାଶ ନକରିବାକୁ ଅନୁରୋଧ କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.