ETV Bharat / state

ଖରା-କାକରରେ ଜମି ହରା, 3ଦିନ ପରେ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ ଚୁପ୍ - ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ନାଲକୋ ବିରୋଧରେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ । ବିସ୍ଥାପିତଙ୍କ କ୍ଷତିପୂରଣ ନଦେଇ ଖଣି ଖନନ କାର୍ଯ୍ୟ କରୁଥିବାରୁ ଗତ ତିନିଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ
Displaced people protest in angul
author img

By

Published : Feb 22, 2023, 10:24 PM IST

ଜମି ନେଇ କ୍ଷତିପୂରଣ ଦେଇନଥିବା ଅଭିଯୋଗ

ଅନୁଗୋଳ: ଛେଣ୍ଡିପଦା ବ୍ଲକ ରାଇଝରଣ ଠାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଉତ୍କଳ-ଡି କୋଇଲା ଖଣି କ୍ଷତିଗ୍ରସ୍ତ । ଗତ ୩ଦିନ ଧରି ଖଣି ନିକଟରେ ଆନ୍ଦୋଳନ ଜାରି ରଖିଥିବାରୁ ଖଣି ଖନନ ଓ କୋଇଲା ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଲୋଚନା ପାଇଁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଆସି ନଥିବାରୁ ଉତେଜନା ବଢ଼ିବାରେ ଲାଗିଛି ।

ଅନୁଗୋଳରେ ଥିବା ନାଲକୋକୁ ଉତ୍କଳ-ଡି କୋଇଲା ଖଣି ମଞ୍ଜୁରୀ ହୋଇଛି । ଗତ ପ୍ରାୟ ୬ମାସ ପୂର୍ବେ ଏଠାରେ ଖଣି ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଖଣି ଯୋଗୁଁ ବିଶେଷ କରି ରାଇଝରଣ ଗାଁର ୬ଶହ ଏକରରୁ ଅଧିକ ଜମି ଅଧିଗ୍ରହଣ ହେଉଥିବା ବେଳେ ଦେଢ଼ ଶହ ପରିବାର ବିସ୍ଥାପିତ ହେଉଛନ୍ତି । ବର୍ତମାନ ଗୋଟିଏ ବ୍ଲକରେ କୋଇଲା ଖନନ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରଖାଯାଇଛି । ଆସନ୍ତା ମାର୍ଚ୍ଚ ମାସଠାରୁ ଉକ୍ତ ସ୍ତାନରୁ ନାଲକୋକୁ କୋଇଲା ପରିବହନ କରିବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ କ୍ଷତିଗ୍ରସ୍ତଙ୍କ କୌଣସି ଦାବି ପୂରଣ ନକରି ଖଣି ଖନନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏକର ପ୍ରତି କୋଟିଏ ଟଙ୍କା ଏବଂ ପ୍ରତି ପରିବାରରୁ ଜଣକୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି କରା ଯାଇଥିଲା । କିନ୍ତୁ ଏକର ପ୍ରତି ୧୪ଲକ୍ଷ ଟଙ୍କା ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ସୁଦ୍ଧା ଆହୁରି ୬୦ ପ୍ରତିଶତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ରାଶି ମିଳିନାହିଁ । ଯେଉଁମାନଙ୍କୁ କ୍ଷତିପୂରଣ ମିଳିନି ସେମାନଙ୍କ ଜମିରେ ଖଣି କାର୍ଯ୍ୟ ଚାଲିଛି । କ୍ଷତିଗ୍ରସ୍ତ ଲୋକେ ନିଜର ଅର୍ଥରାଶି ଆଣିବାକୁ ଜିଲ୍ଲା କାର୍ଯ୍ୟାଳୟକୁ ଗଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ବହୁତ ହଇରାଣ କରୁଥିବା ଗ୍ରାମବାସୀ କହିଛନ୍ତି ।

ପିସି ନଦେଲେ କ୍ଷତିପୂରଣ ରାଶି ଦେଉନାହାନ୍ତି । ଏହାଛଡା ଖଣି କାର୍ଯ୍ୟରେ ବାହାର ଲୋକଙ୍କୁ ନିଯୁକ୍ତି ଓ ଠିକାଦାରୀ ଦିଆଯାଉଛି । ଗାଁର ସବୁଦିନିଆ ରାସ୍ତାରେ କମ୍ପାନୀ କର୍ମଚାରୀମାନେ ଅନଧିକାର ପ୍ରବେଶ କରୁଛନ୍ତି । ଭରିଯାନ ଚଳାଚଳ କରିବା ଫଳରେ ରାସ୍ତା ଭାଙ୍ଗିରୁଜି ଯାଉଛି । କ୍ଷତିଗ୍ରସ୍ତଙ୍କୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଚାକିରୀ ମିଳୁନି। ଏ ସମସ୍ତ ଅଭିଯୋଗ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ । ତେଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇ ଥିବା କହିଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ।

ଗତ ୨୦ ତାରିଖ ଠାରୁ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗାଁର ସମସ୍ତ ପୁରୁଷ ଓ ମହିଳା ଏକାଠି ହୋଇ ଦିନ ରାତି ଖଣି ନିକଟରେ ଡେରା ପକାଇଛନ୍ତି । ଖଣି ଚାରିପଟେ ଘେରବନ୍ଦୀ କରିଛନ୍ତି । ଫଳରେ ୩ଦିନ ହେଲା ଖଣି ଖନନ କାର୍ଯ୍ୟ ବନ୍ଦ ରହିଛି । ଖଣିରୁ ଷ୍ଟକ ୟାର୍ଡ ପର୍ଯ୍ୟନ୍ତ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୌଣସି ଯନ୍ତ୍ରପାତି ଓ ଯାନବାହାନ ଚଳପ୍ରଚଳ କରୁନାହିଁ । ଦୈନିକ କୋଟି କୋଟି ଟଙ୍କା କ୍ଷତି ହେଉଛି ।

୩ଦିନ ହେଲା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଆଲୋଚନା ପାଇଁ ଆସି ନାହାନ୍ତି । ଫଳରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ନିଷ୍ପତ୍ତି ନେଇଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ । ଆସନ୍ତାକାଲି ଠାରୁ ଗାଁର ଯେଉଁ ସବୁଦିନିଆ ରାସ୍ତାରେ କମ୍ପାନୀ କର୍ତ୍ତୃପକ୍ଷ ଯାତାୟାତ କରୁଛନ୍ତି ସେହି ରାସ୍ତାକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ତେଣୁ ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବା ଆବଶ୍ୟକ ବୋଲି କୁହାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.