ETV Bharat / state

ଅନୁଗୋଳ: ମାତିଛନ୍ତି ଲୁଟେରା, ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

author img

By

Published : Aug 2, 2022, 3:20 PM IST

ଅନୁଗୋଳ ଜିଲ୍ଲାରେ ଲୁଟେରାଙ୍କ ଉତ୍ପାତ । ବଜାର ଭିତରୁ ଗାଡ଼ିର ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ ଟଙ୍କା । ସେହିପରି ଅନୁଗୋଳ ଜିଲ୍ଲା ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଟି ଚୋରା ମୋଟର ସାଇକେଲ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଅନୁଗୋଳ: ମାତିଛନ୍ତି ଲୁଟେରା, ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା
ଅନୁଗୋଳ: ମାତିଛନ୍ତି ଲୁଟେରା, ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ଡିକି ଲୁଟେରା । ଜନ ଗହଳିପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ସୋମବାର ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ତାଳଚେର SBI ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ତାଙ୍କ ମୋଟର ସାଇକେଲ ଡିକିରେ ଟଙ୍କା ରଖିଥିଲେ ।

ସେଠାରୁ ସେ ଏକ ହାର୍ଡୱେୟାର ଦୋକାନ ସାମନାରେ ମୋଟରସାଇକେଲ ରଖି ଦୋକାନ ଭିତରକୁ ଯାଇଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଡିକି ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରିଥିଲେ । ବିଦୂସ ଆସି ଦେଖିବା ବେଳେ ଟଙ୍କା ନଥିବାରୁ ଦୋକାନ ସିସି ଟିଭି ଚେକ କରିଥିଲେ । ସିସି ଟିଭିରେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ମୋଟର ସାଇକେଲରେ ଅପେକ୍ଷା କରି ରହିଥିଲା । ଆଉ ପ୍ରଥମ ଯୁବକ ଜଣଙ୍କ ଟଙ୍କା ନେଇ ଯିବା ପରେ ଅନ୍ୟ ଯୁବକଙ୍କ ସହ ମୋଟର ସାଇକେଲରେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଛି ।

ସେହିପରି ଅନୁଗୋଳ ଜିଲ୍ଲା ତାଳଚେର ପୋଲିସ ତାଳଚେର ସମେତ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଟି ଚୋରା ମୋଟର ସାଇକେଲ ଉଦ୍ଧାର କରିଛି । ଏହାସହ ୪ ମୋଟର ସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମୁଖ୍ୟ ମୋଟର ସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ଦୋମୁହାଣି ଗାଁର ବିଜୟ ପରିଡ଼ା ଓ ତ୍ରିନାଥ ରଣା ଏବଂ କେନ୍ଦୁଝର ଜିଲ୍ଲା ଟେଲକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା ।

ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ ଚୋରି କରୁଥିଲେ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ପୋଲିସ କୋର୍ଟଚାଲାଣ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.