ETV Bharat / state

Dhanu Yatra: କଂସ ବଧ ସହ ଶେଷ ହେଲା ଧନୁଯାତ୍ରା, ଉପଭୋଗ କଲେ ହଜାର ହଜାର ଲୋକେ - 9 ଦିନ ଧରି ଅନୁଗୋଳରେ ଧନୁଯାତ୍ରା ମହୋତ୍ସବ

ଚଳିତ ବର୍ଷ ଅନୁଗୋଳ ଜିଲ୍ଲା କିଶୋର ନଗର ଅଞ୍ଚଳରେ ପ୍ରଥମ ଥର ପାଇଁ ଧନୁଯାତ୍ରା ଆୟୋଜିତ ହୋଇଥିବା ବେଳେ ତାହା ଶେଷ ହୋଇଛି । ଧନୁଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ଶେଷ ହେଲା ଧନୁଯାତ୍ରା
ଶେଷ ହେଲା ଧନୁଯାତ୍ରା
author img

By ETV Bharat Odisha Team

Published : Nov 8, 2023, 9:31 PM IST

ଶେଷ ହେଲା ଧନୁଯାତ୍ରା

ଅନୁଗୋଳ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଡହତା ଠାରେ ଆୟୋଜିତ ହୋଇଛି ଧନୁଯାତ୍ରା । ପବିତ୍ର ଲକ୍ଷ୍ମୀପୂଜା ଅବସରରେ ଏହି ଆୟୋଜିତ ଧନୁଯାତ୍ରା ପଶ୍ଚିମ ଓଡିଶାର ଭ୍ରମ ସୃଷ୍ଟି କରିଛି । ଗୋପପୁର, ମଥୁରା, ଶ୍ରୀ କୃଷ୍ଣଙ୍କର ବାଲ୍ୟଲୀଳା ଠାରୁ କାଳୀୟ ଦଳନ, ବକାସୁର ବଧ, ପୁତନା ବଧ, ଅଷ୍ଟମଲ ପରାସ୍ତ ଏମିତି ଅନେକ କିଛି ପରିବେଷଣ ହୋଇଥିଲା । ଶେଷରେ ମଥୁରାରେ କଂସ ବଧ ସହ ସମାପ୍ତ ହୋଇଥିଲା ଏହି ଯାତ୍ରା ।

ଅନୁଗୋଳ ଜିଲ୍ଲାର ଖଣ୍ଡହତା ଲକ୍ଷ୍ମୀପୂଜା କମିଟି ତରଫରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆୟୋଜିତ କରାଯାଇଥିଲା ଧନୁଯାତ୍ରା। ଦୀର୍ଘ ୯ ଦିନ ଧରି ଚାଲିଥିଲା ଏହି ଯାତ୍ରା। ଧୂସର ଗାଁରେ ନିର୍ମାଣ କରାଯାଇଥିଲା ଗୋପପୁର । ଖଣ୍ଡହତା ଗାଁରେ ସ୍ଥାପିତ ହୋଇଥିଲା ମଥୁରା । ସୁଦୂର ବରଗଡରୁ ଜଣାଶୁଣା କଳାକାରମାନେ ଶ୍ରୀକୃଷ୍ଣ ଲୀଳା ଓ କଂସଙ୍କ କାର୍ଯ୍ୟକଳାପକୁ ନିଖୁଣ ଭାବରେ ଅଭିନୟ କରିଥିଲେ । ଧୂସର ଗାଁରେ ହୋଇଥିବା ଗୋପପୁରରେ ଶ୍ରୀକୃଷ୍ଣ ଓ ବଳରାମ ବିଜେ କରିଥିଲେ। ଦୀର୍ଘ ୯ଦିନ ଧରି ସେଠାରେ ଚାଲିଥିଲା ଗୋପଲୀଳା ।

ଏହାମଧ୍ୟ ପଢନ୍ତୁ..ନାଉଗାଁରେ ଦ୍ୱିତୀୟ ଧନୁଯାତ୍ରା, ମନଭରି ଉପଭୋଗ କଲେ ନାଉଗାଁବାସୀ

ପ୍ରତ୍ୟେକ ସନ୍ଧ୍ୟାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଧୂସର ଗାଁକୁ ଲୋକେ ଗୋପପୁର ଭାବେ ସଜାଇ ଥିଲେ । ଗାଁରେ ଆମିଷ ଭକ୍ଷଣ ନିଷିଦ୍ଧ ଥିଲା। ସମସ୍ତଙ୍କ ଘର ଆଗରେ ଗୋବର ପାଣିରେ ଲିପା ଯାଇଥିଲା । କୁମ୍ଭ କଳସ ଓ ଦୀପ ସ୍ଥାପନ କରାଯାଇଥିଲା। ଗାଁ ସାରା କୃଷ୍ଣମୟ ହୋଇ ପଡ଼ିଥିଲା। ଆଖପାଖ ଗାଁରେ ମଧ୍ୟ ସାତ୍ଵିକ ଓ ପବିତ୍ର ବାତାବରଣ ଦେଖିବାକୁ ମିଳିଥିଲା । ଶେଷ ଦିବସରେ କଂସଙ୍କ ନିର୍ଦ୍ଦେଶରେ ଅକ୍ରୁର ସୁସଜ୍ଜିତ ରଥରେ ଗୋପପୁର ଆସି କୃଷ୍ଣ ବଳରାମଙ୍କୁ ମଥୁରା ନେଇଥିଲେ। ଗାଁ ପରିକ୍ରମା କରିବା ପରେ କୃଷ୍ଣ ବଳରାମ ମଥୁରାରେ ପହଞ୍ଚିଥିଲେ।

ତେବେ ଖଣ୍ଡହତା ଗାଁରେ ନିର୍ମାଣ କରାଯାଇଥିଲା ମଥୁରା ନଗରୀ । ମଥୁରା ନଗରୀରେ କଂସ ଦରବାର। ପ୍ରତ୍ୟେକ ଦିନ ମହାରାଜା କଂସଙ୍କର ଦରବାର ବସୁଥିଲା । ଦରବାରକୁ ଅତିଥି ଭାବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ନେତା ମନ୍ତ୍ରୀ ସମସ୍ତେ ଅତିଥି ଭାବେ ଆସୁଥିଲେ । ଶେଷ ସନ୍ଧ୍ୟାରେ ରଜନୀକାନ୍ତ ସିଂହ ଓ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଅତିଥି ଭାବେ ଯୋଗ ଦେଇଥିଲେ । ମହାରାଜା କଂସ ସେମାନଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଓ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଂସଙ୍କ ଦରବାରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ତେବେ ଏହି ଧନୁଯାତ୍ରାରେ ୧୦ହଜାରରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ କଂସଙ୍କ ଦରବାର ଚାଲିଥିଲା। ଶେଷରେ କୃଷ୍ଣ ବଳରାମ ପହଞ୍ଚି କଂସ ବଧ କରିବା ପରେ ଧନୁଯାତ୍ରା ଶେଷ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.