ଅନୁଗୋଳ: ଆଲୋକର ପର୍ବ ଦୀପାବଳି । ସବୁଠି ଦୀପାବଳି ପାଳନକୁ ନେଇ ଉତ୍ସବମୁଖର ହୋଇଛି ଅନୁଗୋଳ । ମାତ୍ର କିଛିଦିନର କୋହଲା ପାଗ ଏଥର ଦୀପାବଳୀକୁ କରିପାରେ ମାନ୍ଦା । ତଥାପି ବାଣ ଦୋକାନରେ ଜମିଛି ଲୋକଙ୍କ ଭିଡ଼ । ଲୋକେ ବାଣ, ଦୀପ, କାଉଁରିଆ କାଠି ଓ ତେଲ କିଣିବାକୁ ଭିଡ଼ ଜମାଇଛନ୍ତି ।
ରବିବାର ପାଗ ସାମାନ୍ୟ କୋହଲା ଥିବାରୁ ବାଣ ଦୋକାନୀ ଚିନ୍ତାରେ ପଡ଼ି ଯାଇଛନ୍ତି । ତଥାପି ସକାଳୁ ସକାଳୁ ବାଣ କିଣିବାକୁ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ହାଇସ୍କୁଲ ପଡ଼ିଆରେ ବାଣ ବଜାର ଖୋଲା ଯାଇଛି । ଅନୁଗୋଳରେ ପ୍ରାୟ 93ଟି ଦୋକାନ ଖୋଲା ଯାଇଛି ।
ଦୋକାନରେ ଭଳିକି ଭଳି ବାଣ ବିକ୍ରି ହେଉଛି । ଚଳିତଥର ଅଧିକ ଶବ୍ଦ ହେଉଥିବା ବାଣ ଅପେକ୍ଷା ରଙ୍ଗୀନ ବାଣର ଅଧିକ ଚାହିଦା ତେବେ ଦୋକାନୀ ଓ ଲୋକଙ୍କର ଆଶା ପାଗରେ ପରିବର୍ତ୍ତନ ହେବ । ଆଉ ହସ ଖୁସିରେ ଦୀପାବଳୀ ଉତ୍ସବ ପଳନ କରିବାକୁ ଆଶା ରଖିଛନ୍ତି ଅନୁଗୋଳ ସହରବାସୀ ।
ଅନୁଗୋଳରୁ ସଂଗ୍ରାମ ନାଥ, ଇଟିଭି ଭାରତ