ETV Bharat / state

ଅନୁଗୋଳରୁ ଆଜି ମେଲାଣି ନେଉଛନ୍ତି ମା', କଟକଣାରେ ଚାଲିଛି ବିସର୍ଜନ

author img

By

Published : Oct 24, 2021, 4:52 PM IST

ଅନୁଗୋଳରୁ ଆଜି ବିଦାୟ ନେଉଛନ୍ତି ଧନଦାତ୍ରୀ । କୋଭିଡ କଟକଣା ମଧ୍ୟରେ ଅନୁଗୋଳବାସୀ ଚଳିତ ଥର ମା'ଙ୍କୁ ଆବାହନ କରିଥିଲେ । ଅଧିକ ପଢ଼ନ୍ତୁ...

ଆଜି ମେଲାଣି ନେଉଛନ୍ତି ମା' ଧନଦାତ୍ରୀ, କଟକଣାରେ ହେଉଛି ବିସର୍ଜନ

ଅନୁଗୋଳ: ଶେଷ ହୋଇଛି ଅନୁଗୋଳ ଗଣପର୍ବ ଦେବୀ ଧନଦାତ୍ରୀଙ୍କ ପୂଜା ଉତ୍ସବ । କୋଭିଡ କଟକଣା ମଧ୍ୟରେ ଅନୁଗୋଳବାସୀ ଚଳିତ ଥର ମା'ଙ୍କୁ ଆବାହନ କରିଥିଲେ । ଆଜି ମଧ୍ୟ କଟକଣା ମଧ୍ୟରେ ମା'ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ । ସକାଳୁ ସବୁ ମଣ୍ଡପରେ ମା'ଙ୍କ ବିସର୍ଜନ ପୂଜା ଓ ପୂର୍ଣ୍ଣାହୁତି ପରେ କେବଳ ଘଣ୍ଟ ଓ ଢୋଲ ବଜାଇ ହାତ ଗଣତି କେତେଜଣ କର୍ମକର୍ତ୍ତାଙ୍କୁ ନେଇ ମା'ଙ୍କୁ ମେଲାଣି ଦିଆଯାଇଛି ।

ମଣ୍ଡପ ଗୁଡ଼ିକରୁ ମେଢ଼ ଗୁଡିକ ବାହାରି ଘଣ୍ଟ ଓ ଢୋଲ ବଜାଇ ସହର ମଧ୍ୟରେ ପରିକ୍ରମା କରିବା ପରେ ନିକଟସ୍ଥ ଜଳାଶୟରେ ମା'ଙ୍କ ମୃଣ୍ମୟୀ ମୁର୍ତ୍ତିକୁ ବିସର୍ଜନ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ବିସର୍ଜନ ପାଇଁ ଯେଉଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା ସେଠାରେ ପାଣି ନଥିବା ନେଇ ଅସନ୍ତୋଷ ଜାହିର କରିଥିଲେ ପୂଜା କମିଟି ସଦସ୍ୟ ।

ଖାଲି ସେତିକି ନୁହେଁ ପୋଖରୀରେ ଆବର୍ଜନା ପାଣି ଥିବାରୁ ମଧ୍ୟ ପୂଜା କମିିଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଜିଲ୍ଲାବ୍ୟାପୀ ମା'ଙ୍କ ଆବାହନ ବେଶ ଧୁମଧାମରେ କରାଯାଇଥାଏ । କୁମାର ପୂର୍ଣ୍ଣିମା ଠାରୁ 13 ଦିନ ଧରି ଚାଲେ ମା'ଙ୍କ ପୂଜା । ପୁରା ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ସବୁଠି ଆନନ୍ଦ ଉଲ୍ଲାସର ସହ ମା'ଙ୍କ ପୂଜା କରାଯାଏ।

କିନ୍ତୁ ଏଥର କଟକଣାକୁ ମାନି ୪ ଫୁଟ ମୂର୍ତ୍ତି ଓ ଆବଦ୍ଧ ମଣ୍ଡପ ମଧ୍ୟରେ ମା'ଙ୍କୁ ପୂଜା କରାଯାଇଥିଲା । କେବଳ ବିଧି ରଖିବାକୁ ମା'ଙ୍କ ପୂଜା କରିଥିଲେ ପୂଜା କମିଟି । ମଣ୍ଡପରେ ମଧ୍ୟ ଅଧିକ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିନଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.