ଅନୁଗୋଳ: ଆଷାଢ ମାସର ଅଧା ସମୟ ବିତିଲାଣି । ହେଲେ ବର୍ଷାର ଦେଖା ନାହିଁ । ଶୁଖିଲା ପଡିଛି ଅନୁଗୋଳ ଜିଲ୍ଲାର ଅନୁଗୋଳ ବଅଁରପାଳ ବ୍ଲକର ଅଧିକାଂଶ ଚାଷୀଙ୍କ ଲାଇଫ ଲାଇନ କୁହାଯାଉଥିବା ଡେରଜଙ୍ଗ ଜଳ ସେଚନ ପ୍ରକଳ୍ପ । ଏହି ଦୁଇ ବ୍ଲକର ପ୍ରାୟ ୮ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ଜଳସେଚନ ଉପରେ ନିର୍ଭର କରନ୍ତି ଚାଷୀ । କିନ୍ତୁ ବର୍ଷା ଅଭାବରୁ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରେ ଆବଶ୍ୟକ ପାଣି ନାହିଁ । ଗତ ବର୍ଷ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକଳ୍ପ ଉପରେ ୩୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ୨୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ପ୍ରକଳ୍ପରେ ୧୪୮.୧୮ ମିଟର ପାଣି ରହିବା ପରିବର୍ତ୍ତେ ଏବେ ଅଛି ୧୪୬ ମିଟର । ଏହାଛଡା କେନାଲରେ ଦୈନିକ ୩ଘନ ମିଟର ପାଣି ଛଡାଯାଉଛି । ଏଭଳି ହେଲେ ଆଉ ୧୦ କି ୧୫ ଦିନ ପରେ ପାଣି ଛାଡିବା ସମ୍ଭବ ହୋଇପାରିବ ନାହିଁ । ଯାହାକୁ ନେଇ ଚିନ୍ତା ରେ ଚାଷୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ