ETV Bharat / state

ଅନୁଗୋଳରେ ଜଳସେଚନ ବ୍ୟବସ୍ଥାର ସମୀକ୍ଷା କଲେ ଉପ ବାଚସ୍ପତି

author img

By

Published : Oct 23, 2021, 7:25 AM IST

ଅନୁଗୋଳ ଜଳ ସେଚନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବିଧାନସଭାର ଉପବାଚସ୍ପତି । ଜିଲ୍ଲାରେ ଅକ୍ଷମ ଥିବା ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି ରଜନୀକାନ୍ତ ସିଂହ । ଅଧିକ ପଢନ୍ତୁ...

ଅନୁଗୋଳରେ ଜଳସେଚନ ବ୍ୟବସ୍ଥାର ସମୀକ୍ଷା କଲେ ଉପ ବାଚସ୍ପତି
ଅନୁଗୋଳରେ ଜଳସେଚନ ବ୍ୟବସ୍ଥାର ସମୀକ୍ଷା କଲେ ଉପ ବାଚସ୍ପତି

ଅନୁଗୋଳ: ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଅନୁଗୋଳ ଜିଲ୍ଲାର ସମସ୍ତ ଜଳ ସେଚନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଜଳ ସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ । ଅନୁଗୋଳ ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୧ ପ୍ରତିଶତ ଜମିରେ ଜଳସେଚନ ହୋଇ ପାରୁଛି । ତେଣୁ, ଆସନ୍ତା ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା କିଭଳି ଏହି ହାର ୩୫ ପ୍ରତିଶତରେ ପହଞ୍ଚିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉପବାଚସ୍ପତି ସମସ୍ତ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ତେଣୁ ଅଚଳ ହୋଇ ପଡ଼ିଥିବା ଜଳ ସେଚନ ପ୍ରକଳ୍ପ ଗୁଡି଼କର ମରାମତି ଓ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ନିର୍ମାଣ ଆଦି କାର୍ଯ୍ୟ ପାଇଁ ସବୁ ଯନ୍ତ୍ରୀ ଓ ଅଧିକାରୀ ମାନେ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.