ଅନୁଗୋଳ: ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାରେ ହେବାକୁ ଯାଉଛି କୋଇଲା ଖଣି । ଛେଣ୍ଡିପଦା ବ୍ଲକରେ ଥିବା ନୈନି କୋଲ ବ୍ଳକକୁ ସିଙ୍ଗରାଣୀ କମ୍ପାନୀକୁ ଦିଆଯାଇଛି । ତେବେ ICFRE ଏହାର ଅନୁଧ୍ୟାନ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସୂଚନାଅନୁସାରେ, ଏହି ଖଣି ପାଇଁ ପ୍ରାୟ ୮୦୦ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବ । ଯାହାପାଇଁ ପ୍ରକଳ୍ପର ଫରେଷ୍ଟ ଡାଇଭର୍ସନ ପ୍ରୋଜେକ୍ଟକୁ ତ୍ବରାନ୍ବିତ କରିବାପାଇଁ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏଥିପାଇଁ ସ୍ଥିରୀକୃତ Indian Council for Forestry Research and Education ( ICFRE ) କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବା କଥା । କିନ୍ତୁ ଏହା ନକରି ମନ ଇଛା ଫରେଷ୍ଟ ଡାଇଭର୍ଶନ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ରାଜ୍ୟ ସରକାର କହିଥିବା ଅଭିଯୋଗ କରିଛି ଖଣି ପ୍ରଭାବିତ ପ୍ରଜା ସଂଘ ଓ ସିଟିଜିନସ ଆକ୍ସନ ଫୋରମ। ଏହି ଦୁଇ ସଂଗଠନ ଅଭିଯୋଗ ମୁତାବକ ଜଙ୍ଗଲ ବିଭାଗର ଆକଳନ ରେ ଏହି ପ୍ରକଳ୍ପ ପାଇଁ ଛେଣ୍ଡିପଦା ରିଜର୍ଭ ଫରେଷ୍ଟରୁ ଶାଳ ଶାଗୁଆନ ଓ ସୁନାରୀ ପ୍ରଭୃତି ଏକ ଲକ୍ଷ ୫ ହଜାର ବୃକ୍ଷ, ରାଜସ୍ଵ ଜଙ୍ଗଲରୁ ୧୦୮୭ ବୃକ୍ଷ ଓ ଅଣ ଜଙ୍ଗଲ ଜମିରୁ ୩୨୭ ବୃକ୍ଷ କଟା ଯିବ ।
ଜଙ୍ଗଲ ବିଭାଗର ଇନ୍ସପେକସନ ଟିମ ଅନୁଯାୟୀ ଏହାଦ୍ଵାରା ହାତୀ ଚଳ ପ୍ରଚଳରେ ବ୍ୟାଘାତ ସୃଷ୍ଟି ହେବାର ଥିବାରୁ ସେମାନଙ୍କ ନିରାପଦ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା ହେବା ଦରକାର । ତେବେ ସିଙ୍ଗରାଣୀ କମ୍ପାନୀ ଦ୍ବାରା ତୁରନ୍ତ କୋଇଲା ଖନନ ପାଇଁ ଏହାର ବିସ୍ତୃତ impact study , ICFRE ଦ୍ବାରା ନକରିବାକୁ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ M Nagaraju ରାଜ୍ୟକୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ଏହି ସଂଗଠନ ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଅଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ ସମଗ୍ର ଛେଣ୍ଡିପଦା ଅଞ୍ଚଳର Detailed Impact Study ସମେତ ଜିଲ୍ଲା ପାଇଁ ତୁରନ୍ତ Habitat Planning ପ୍ରସ୍ତୁତ କରିବାକୁ ସଂଗଠନ ଦାବି କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ