ETV Bharat / state

ଥମୁନି ମୋ ହସ୍ପିଟାଲ ଦାବି, ବୈଠକ ବର୍ଜନ କଲେ ଜିଲ୍ଲା ପରିଷଦ ସଭ୍ୟ

ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗରେ ବୁଧବାର ୫୪ତମ ଜିଲ୍ଲା ପରିଷଦର ସଧାରଣ ପରିଷଦ ବୈଠକକୁ ବର୍ଜନ କରିଛନ୍ତି ସ୍ଥାନୀୟ ଜୋନର ଜିଲ୍ଲା ପରିଷଦ ସଭ୍ୟ । ଅଧିକ ପଢ଼ନ୍ତୁ

author img

By

Published : May 10, 2023, 10:57 PM IST

ଥମୁନି ମୋ ହସ୍ପିଟାଲ ଦାବି
ଥମୁନି ମୋ ହସ୍ପିଟାଲ ଦାବି
ଥମୁନି ମୋ ହସ୍ପିଟାଲ ଦାବି

ଅନୁଗୋଳ: ମୋ ହସ୍ପିଟାଲ ଯୋଜନାରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାମିଲ କରିବା ଦାବିରେ ଚାଲିଛି ଆନ୍ଦୋଳନ । ଗତ ୨୧ ଦିନ ହେବ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଛନ୍ତି ଲୋକେ । ଜିଲ୍ଲାପାଳ କର୍ଯ୍ୟାଳୟରେ ପ୍ରତିବାଦ ଠାରୁ ଆରମ୍ଭ କରି ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ ଓ ଛେଣ୍ଡିପଦା ବନ୍ଦ ଭଳି ପଦକ୍ଷେପ ନେଇଛନ୍ତି ଏଠାକାର ଅଞ୍ଚଳବାସୀ । ଗୋଟିଏ ପଟେ ଆନ୍ଦୋଳନ ଚାଲିଥିବା ବେଳେ ଏହି ହସ୍ପିଟାଲ ପ୍ରସଙ୍ଗ ଉଠାଇ ବୁଧବାର ହୋଇଥିବା ୫୪ତମ ଜିଲ୍ଲା ପରିଷଦର ସଧାରଣ ପରିଷଦ ବୈଠକକୁ ମଧ୍ୟ ବର୍ଜନ କରିଥିଲେ ସ୍ଥାନୀୟ ଜୋନର ଜିଲ୍ଲା ପରିଷଦ ସଦସ୍ୟ ।

ତୁଟୁନି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ମୋ ହସ୍ପିଟାଲ ଯୋଜନାକୁ ନେଇ ଦେଖାଦେଇଥିବା ବିବାଦ । ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିବାକୁ ଦାବି କରି ଅଞ୍ଚଳରେ ୩୦ରୁ ଅଧିକ ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି । ତେବେ ଏହି ଆନ୍ଦୋଳନକୁ ୨୧ ଦିନ ବିତିଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି କେହି ଦୃଷ୍ଟିଗୋଚର କରୁନଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଜିଲ୍ଲା ପରିଷଦ ବୈଠକକୁ ବର୍ଜନ କରିଛନ୍ତି । ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ସେ ବୁଧବାର ଅନୁଷ୍ଠିତ ହୋଇଥିବା ୫୪ତମ ଜିଲ୍ଲା ପରିଷଦ ବୈଠକକୁ ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦାବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି ।

ସେପଟେ ଘଟଣାକୁ ନେଇ ଅନୁଗୋଳ ଜିଲ୍ଲାପାଳ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଲୋକଙ୍କ ଦାବି ସରକାର ଜାଣିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଛେଣ୍ଡିପଦା CHCକୁ ମୋ ହସ୍ପିଟାଲ ଯୋଜନାରେ ସମିଲ କରାଯିବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନାରେ ହସ୍ପିଟାଲର ଉନ୍ନତୀକରଣ ପାଇଁ ପ୍ରାୟ ୧୧ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହାର କାମ ଖୁବଶୀଘ୍ର ଆରମ୍ଭ ହେବ ।" ତେବେ ସରକାରଙ୍କ ଯୋଜନା ମୁତାବକ ନିର୍ବାଚନ ମଣ୍ଡଳୀର ମୁଖ୍ୟାଳୟ ଅର୍ଥାତ ଛେଣ୍ଡିପଦା ହସ୍ପିଟାଲକୁ ମୋ ହସ୍ପିଟାଲରେ ସାମିଲ କରାନଯାଇ କୋଶଳା ହସ୍ପିଟାଲକୁ ସାମିଲ କରାଯାଇଛି । ଏନେଇ ଏଥିରେ ଚଞ୍ଚକତା କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.