ETV Bharat / state

କୋରୋନା ପାଇଁ ସହାୟତାର ହାତ ବଢାଇଲେ ଦିନ ମଜୁରିଆ - corona fight

କୋରୋନା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଲୋକେ ମଧ୍ୟ ସେତିକି ତତ୍ପର । ଅନେକ ସାଧାରଣ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ଲଢେଇରେ ସାମିଲ ହୋଇଛନ୍ତି । ଏଭଳି କିଛି ଦେଖିବାକୁ ମିଳିଛି ଅନୁଗୋଳରେ । ଅଧିକ ପଢନ୍ତୁ...

daily labourer extended hand for corona fight
କୋରୋନା ପାଇଁ ସହାୟତାର ହାତ ବଢାଇଲେ ଦିନ ମଜୁରିଆ
author img

By

Published : May 5, 2020, 11:02 AM IST

Updated : May 5, 2020, 11:13 AM IST

ଅନୁଗୋଳ: କୋରୋନା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଲୋକେ ମଧ୍ୟ ସେତିକି ତତ୍ପର । ଅନେକ ସାଧାରଣ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ଲଢେଇରେ ସାମିଲ ହୋଇଛନ୍ତି । ଏଭଳି କିଛି ଦେଖିବାକୁ ମିଳିଛି ଅନୁଗୋଳରେ ।

କୋରୋନା ପାଇଁ ସହାୟତାର ହାତ ବଢାଇଲେ ଦିନ ମଜୁରିଆ

ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଜଙ୍ଗଲ ପାହାଡ଼ ଘେରା ତୁରୁଡା ଗାଁର ଗ୍ରାମବାସୀ ନିଜ ନିଜ ମଧ୍ୟରେ ସଚେତନ ହୋଇ କିଛି କିଛି ଅର୍ଥ ସଂଗ୍ରହ କରି 19ହଜାର 500ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି ।

ଗାଁରେ ପ୍ରାୟ 100ରୁ ଅଧିକ ପରିବାର ବସ ବାସ କରନ୍ତି । ଲୋକଙ୍କର ଆର୍ଥିକ ଅବସ୍ଥା ସେତେଟା ଭଲ ନୁହେଁ । ସେହି ଅଭାବ ଭିତରେ ମଧ୍ୟ କୋରୋନା ମୁକାବିଲା ପାଇଁ ସେମାନେ ଅଣ୍ଟା ଭିଡିଛନ୍ତି । ନିଜ ପେଟ କାଟି କଷ୍ଟ ଅର୍ଜିତ ଅର୍ଥରୁ କିଛିକିଛି ଦାନ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି । ଗାଁର ଯୁବ ଗୋଷ୍ଠୀ ଘରଘର ବୁଲି ସହାୟତା ରାଶି ସଂଗ୍ରହ କରିଛନ୍ତି । ଲୋକେ ମଧ୍ୟ ଖୁସିରେ ଯିଏ ଯେତିକି ପାରିଲା ସହାୟତା କରିଛନ୍ତି । ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ବିଧାୟକ ଖୁବ ପ୍ରଶଂସା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 5, 2020, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.