ETV Bharat / state

ବଢୁଛି ସଂକ୍ରମଣ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ କଲେ ସରପଞ୍ଚ - anugul latest news

ଗ୍ରାମପଞ୍ଚାୟତରେ ବଢୁଛି ସଂକ୍ରମଣ । ଅନୁଗୋଳ ଜିଲ୍ଲା ଜରସିଂହା ସରପଞ୍ଚ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସମ୍ପୂର୍ଣ୍ଣ ପଞ୍ଚାୟତକୁ ଚାରି ଦିନିଆ ସଟଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

covid19 positive increase jarasingha grama panchayat shutdown in anugul
ବଢୁଛି ସଂକ୍ରମଣ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ କଲେ ସରପଞ୍ଚ
author img

By

Published : May 12, 2021, 4:09 PM IST

ଅନୁଗୋଳ: ସହର ପାଖ ଗାଁରେ ବଢ଼ୁଛି କୋରୋନା ସଂକ୍ରମଣ । ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ସଂକ୍ରମଣର ଗ୍ରାଫ । ଯାହାକୁ ନେଇ ବଢ଼ୁଛି ଚିନ୍ତା । ଏନେଇ ପଞ୍ଚାୟତକୁ 4 ଦିନିଆ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ।

ବଢୁଛି ସଂକ୍ରମଣ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ କଲେ ସରପଞ୍ଚ

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକର ଜରସିଂହା ପଞ୍ଚାୟତ ଆଜି ଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି। ପଞ୍ଚାୟତରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। କିଛି ଦିନ ହେଲା ଦୈନିକ ୧୫ ରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୋଟିଏ ସପ୍ତାହରେ ୧୩୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅଧିକ ପରୀକ୍ଷା କଲେ ଆହୁରି ଅଧିକ ସଂକ୍ରମିତ ଚିହ୍ନଟ ହେବାର ଆଶଙ୍କା କରାଯାଉଛି। ଏହି ପଞ୍ଚାୟତଟି ଅନୁଗୋଳ ସହରକୁ ଲାଗିଛି। ଏହା ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ। ଏଠାରେ ୧୦ ହଜାରରୁ ଅଧିକ ଲୋକ ବସ ବାସ କରନ୍ତି। ତେଣୁ ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ପ୍ରଶାସନର ଅନୁମତି ନେଇ ସଟଡାଉନ ଘୋଷଣା କରିଛନ୍ତି। ପଞ୍ଚାୟତର ସବୁ ଦୋକାନ ବଜାର ବନ୍ଦ ରହିଛି। କାମ ନଥିଲେ ଲୋକେ ଘରୁ ନବହାରିବାକୁ ମାଇକ ଯୋଗେ ଲୋକଙ୍କୁ ସୂଚନା ଦିଆଯାଇଛି।

ସରପଞ୍ଚଙ୍କ ତତ୍ତ୍ବାବଧାନରେ ଘନ ଘନ ବୈଠକ ବସୁଛି। ଗାଁର ସ୍ବେଛାସେବୀ, ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନେଇ ଆଲୋଚନା କରାଯାଉଛି। ଆଗାମୀ ଦିନରେ କିଭଳି ପଞ୍ଚାୟତରେ ସଂକ୍ରମଣ ରୋକି ହେବ ସେନେଇ ଯୋଜନା କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.