ETV Bharat / state

କମୁଛି କୋରୋନା, ତିନିଦିନ ହେଲା ଦୁଇ ଅଙ୍କରେ ସୀମିତ ସଂକ୍ରମିତଙ୍କ ସଂଖ୍ୟା - ଅନୁଗୋଳ ଜିଲ୍ଲାରେ କମୁଛି କୋରୋନା ସଂକ୍ରମଣ

ଅନୁଗୋଳ ଜିଲ୍ଲାରେ କମୁଛି କୋରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ତିନିନ ଦିନ ଭିତରେ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରୁ 65 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କମୁଛି କୋରୋନା, ତିନିଦିନ ହେଲା ଦୁଇ ଅଙ୍କରେ ସୀମିତ ସଂକ୍ରମିତଙ୍କ ସଂଖ୍ୟା

author img

By

Published : Nov 12, 2020, 4:43 AM IST

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ କମୁଛି କୋରୋନା ସଂକ୍ରମଣ । ବୁଧବାର ଜିଲ୍ଲାରୁ ୬୫ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହାର ସଂଖ୍ୟା ୯୮ ରହିଥିଲା ।

ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ୧୫ଜଣ ( ୮ ଜଣ ପୁରୁଷ ଓ ୭ ଜଣ ମହିଳା ) , ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ ( ୫ ଜଣ ପୁରୁଷ ଓ ୫ ଜଣ ମହିଳା ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୯ ଜଣ ( ୪ ଜଣ ପୁରୁଷ ଓ ୫ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୯ ଜଣ ( ୮ ଜଣ ପୁରୁଷ ଓ ୧ ଜଣ ମହିଳା ) , କଣିହାଁ ବ୍ଳକ ଅଞ୍ଚଳରୁ ୮ ଜଣ ( ୫ ଜଣ ପୁରୁଷ ଓ ୩ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୭ଜଣ ( ୩ ଜଣ ପୁରୁଷ ଓ ୪ ଜଣ ମହିଳା ) , ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୪ ଜଣ ( ୧ ଜଣ ପୁରୁଷ ଓ ୩ ଜଣ ମହିଳା ) , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ( ୧ ଜଣ ପୁରୁଷ ଓ ୧ ଜଣ ମହିଳା ) ଓ କିଶୋରନଗର ବ୍ଳକ ଅଞ୍ଚଳରୁ ୧ ଜଣ ( ୧ ଜଣ ପୁରୁଷ ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ସେପଟେ ଆଜି ଜିଲ୍ଲାରୁ ୬୦ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ଜଣ କୋଭିଡ ହସ୍ପିଟାଲରୁ ୩ ଜଣ କୋଭିଡ଼ କେୟାର ସେଣ୍ଟରରୁ ଓ ୪୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.