ETV Bharat / state

କୋଭିଡ ଭ୍ୟାକ୍ସିନ ଅଭାବ, ଅନୁଗୋଳ ଜିଲ୍ଲାରେ ଟୀକାକରଣ ବନ୍ଦ

author img

By

Published : Jul 13, 2021, 10:26 PM IST

ଅନୁଗୋଳ ଜିଲ୍ଲାରେ ପୁଣି କୋଭିଡ ଟିକା ଅଭାବରୁ ସମସ୍ତ ଟୀକାକରଣ କେନ୍ଦ୍ର ଗତ ଦୁଇ ଦିନ ହେଲା ବନ୍ଦ ରହିଛି । ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ଅଧିକ ପଢ଼ନ୍ତୁ...

କୋଭିଡ ଟିକା ଅଭାବ, ଅନୁଗୋଳ ଜିଲ୍ଲାରେ ଟୀକାକରଣ ବନ୍ଦ

ଅନୁଗୋଳ: ଜିଲ୍ଲାରେ ପୁଣି କୋଭିଡ ଟିକା ଅଭାବରୁ ସମସ୍ତ ଟୀକାକରଣ କେନ୍ଦ୍ର ଗତ ଦୁଇ ଦିନ ହେଲା ବନ୍ଦ ରହିଛି । ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ଅନୁଗୋଳ ଷ୍ଟାଡିୟମରେ ଥିବା ମେଗା ଟୀକାକରଣ କ୍ୟାମ୍ପ ସମେତ ପ୍ରାୟ ୬୦ରୁ ଅଧିକ କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ଠିକ୍ ଭାବେ ସୂଚନା ଦିଆ ଯାଇନଥିବାରୁ ବହୁ ସଂଖ୍ୟାରେ ଲୋକ ଟୀକାକରଣ କେନ୍ଦ୍ରକୁ ଆସି ଫେରିବାକୁ ପଡ଼ିଛି ।

ପୁଣି କେବେ କୋଭିଡ ଟୀକା ଦିଆଯିବ ସେନେଇ ମଧ୍ୟ କୌଣସି ସଠିକ ସୂଚନା ଦିଆଯାଇନାହିଁ । ଜିଲ୍ଲାର ମୋଟ ଲୋକ ସଂଖ୍ୟା ପ୍ରାୟ ୧୩ ଲକ୍ଷରୁ ଅଧିକ ହେବ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଥମ ଓ ଦ୍ଵିତୀୟ ଡୋଜ୍ ମିଶି ୩ ଲକ୍ଷ ୨୮ ହଜାର ଟିକା ଦିଆଯାଇଛି । ତେଣୁ ମାତ୍ର ଦେଢ଼ ଲକ୍ଷରୁ ସାମାନ୍ୟ ଅଧିକ ଲୋକ ଡବଲ ଡୋଜ୍ ଟିକା ନେଇ ପାରିଛନ୍ତି ।

ଅନୁଗୋଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ସଂକ୍ରମଣ ସମ୍ପୂର୍ଣ୍ଣ କମିନାହିଁ। ଏହାଛଡା ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ତେଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ହିଁ ଏକମାତ୍ର ବିକଳ୍ପ । ହେଲେ ପର୍ଯ୍ୟାପ୍ତ ଟିକା ମିଳୁ ନଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.