ETV Bharat / state

ଅନୁଗୋଳରେ କ୍ୟାମ୍ପମୋଡରେ ଆରମ୍ଭ ହେଲା ଟୀକାକରଣ

ଆଜି(ମଙ୍ଗଳବାର) ଠାରୁ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି ମେଗା ଟୀକାକରଣ ଅଭିଯାନ । ଏନେଇ ପ୍ରାୟ ୩ ହଜାର ଲୋକ ବସିପାରିବା କ୍ଷମତା ବିଶିଷ୍ଟ ଏକ ସୁବ୍ୟବସ୍ଥିତ ତମ୍ବୁ କରାଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ କ୍ୟାମ୍ପମୋଡରେ ଆରମ୍ଭ ହୋଇଛି ଟୀକାକରଣ

author img

By

Published : May 18, 2021, 1:32 PM IST

ଅନୁଗୋଳ: ଜିଲ୍ଲାରେ ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ମେଗା ଟୀକାକରଣ ଅଭିଯାନ । କୋଭିଡ ଟୀକାକରଣକୁ ବ୍ୟାପକ କରିବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କିଭଳି ସବୁ ଲୋକ ଶୃଙ୍ଖଳିତ ଭାବେ ଟିକା ନେଇପାରିବେ ସେଥିପାଇଁ କ୍ୟାମ୍ପ ମୋଡ଼ରେ ଟିକାକାରଣ ଆରମ୍ଭ ହୋଇଛି ।

ଅନୁଗୋଳରେ କ୍ୟାମ୍ପମୋଡରେ ଆରମ୍ଭ ହୋଇଛି ଟୀକାକରଣ

ଏଥିପାଇଁ ପ୍ରଶାସନ ତରଫରୁ ଷ୍ଟାଡିୟମ ପଡିଆରେ ବିରାଟ ଆୟୋଜନ ହୋଇଛି । ପ୍ରାୟ ୩ ହଜାର ଲୋକ ବସିପାରିବା କ୍ଷମତା ବିଶିଷ୍ଟ ଏକ ସୁବ୍ୟବସ୍ଥିତ ତମ୍ବୁ କରାଯାଇଛି । ତମ୍ବୁ ଭିତରେ ପାନୀୟ ଜଳ, ଫ୍ୟାନ, ଚୌକି ଆଦିର ବ୍ୟବସ୍ଥା କରାଯାଇଛି ଏବଂ ଏଥିପାଇଁ ୮ଟି କ୍ୟାବିନ ବ୍ୟବସ୍ଥା କରାଯାଇଛି । ତେଣୁ ଲୋକେ ସୁବିଧାରେ ଟୀକା ନେଇପାରୁଛନ୍ତି ।

ସକାଳ ୮ଠାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟୀକାକରଣ କରାଯିବାର ବ୍ୟବସ୍ଥା ହୋଇଛି । ଗୋଟିଏ ଦିନରେ ଦୁଇଟି ପର୍ଯ୍ୟାୟରେ ୧ହଜାର ଲୋକଙ୍କୁ ଟୀକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ନିଷ୍ପତି ନେଇଛି । ଲୋକଙ୍କୁ ଶୃଙ୍ଖଳିତ ଭାବେ ତମ୍ବୁ ଭିତରକୁ ଆଣିବା, ସେମାନଙ୍କୁ ବସାଇବା ଏବଂ ସେମାନଙ୍କର ସମସ୍ତ ଅସୁବିଧାକୁ ଦୃଷ୍ଟିଦେବା ପାଇଁ ପୋଲିସ ଓ ପୌର କର୍ମଚାରୀମାନେ ଲାଗି ପଡିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.