ଅନୁଗୋଳ: ବଢୁଛି କୋଭିଡ-19 ଭୟ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଆପଣାଉଛି ନୂଆ ନୂଆ ପଦକ୍ଷେପ । ସବୁ ପ୍ରୟାସ ବ୍ୟର୍ଥ ହେବା ପରେ ଅନୁଗୋଳ ସହର ମଝିରେ ବାଡ଼ ବସାଇଛି ପ୍ରଶାସନ । ଭିଡ଼ କମାଇବାକୁ ଅନୁଗୋଳ ସହର ବିଭିନ୍ନ ଛକରେ ବ୍ୟାରିକେଡ ଲଗାଇଛି ।
ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆ ଯାଇଛି । ଗୁରୁବାର ଅନୁଗୋଳ ସହାରାଞ୍ଚଳରୁ 5 ନୂଆ ପଜେଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 245 ଛୁଇଁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ