ETV Bharat / state

ଅନୁଗୋଳରେ କମୁଛି କୋରୋନା ସଂକ୍ରମଣ, ଶୁକ୍ରବାର 62 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 14, 2020, 2:05 AM IST

Updated : Nov 14, 2020, 2:13 AM IST

ଅନୁଗୋଳରେ କମୁଛି କୋରୋନା ସଂକ୍ରମଣ, ଶୁକ୍ରବାର 62 ଆକ୍ରାନ୍ତ ଚିହ୍ନଟ
ଅନୁଗୋଳରେ କମୁଛି କୋରୋନା ସଂକ୍ରମଣ, ଶୁକ୍ରବାର 62 ଆକ୍ରାନ୍ତ ଚିହ୍ନଟ

01:57 November 14

ଅନୁଗୋଳ: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମହାମାରୀ କୋରୋନାର ପ୍ରକୋପ କମିବାରେ ଲାଗିଛି । ଅନୁଗୋଳ ଜିଲାରେ ମଧ୍ୟ ଥମିବା ଆରମ୍ଭ କରିଛି ସଂକ୍ରମଣ । ଜିଲ୍ଲାରୁ ଶୁକ୍ରବାର ୬୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜିଲ୍ଲା ବାହାରର ୩ ଜଣ ଆକ୍ରାନ୍ତ ଥିବା ଜଣାପଡିଛି ।

ଜିଲ୍ଲା ଭିତରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୧୬ ଜଣ, ବଅଁରପାଳ ବ୍ଳକ ଅଞ୍ଚଳରୁ ୮, କଣିହାଁ ବ୍ଳକ ଅଞ୍ଚଳରୁ ୬, ତାଳଚେର ବ୍ଲକ ଅଞ୍ଚଳରୁ ୬, ଅନୁଗୋଳ ବ୍ଳକ ଅଞ୍ଚଳରୁ ୬, ଅନୁଗୋଳ ପୌରାଞ୍ଚଳରୁ ୪, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ , କିଶୋରନଗର ବ୍ଲକ ଅଞ୍ଚଳରୁ ୪ ଜଣ ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୩ ଜଣ , ତାଳଚେର ପୌରାଞ୍ଚଳରୁ ଜଣେ  ଓ ପାଲଲହଡା ବ୍ଳକ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇଥିବା  ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ କୋଭିଡ ହସ୍ପିଟାଲରୁ ଓ ୯୫ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Nov 14, 2020, 2:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.