ETV Bharat / state

କୋରୋନା ଯୋଦ୍ଧା ଅଙ୍ଗନୱାଡି ଓ ଆଶା କର୍ମୀ, ଗ୍ରାମାଞ୍ଚଳରେ କଲେ ସଚେତନ - Corona warriors Anganwadi and Asha activists

ଗତ 22 ତାରିଖ ଠାରୁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ପଞ୍ଚାୟତର ଅଙ୍ଗନବାଡି ଓ ଆଶା କର୍ମୀମାନେ ଗ୍ରାମାଞ୍ଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି ।

corona warriors
କୋରୋନା ଯୋଦ୍ଧା ଅଙ୍ଗନୱାଡି ଓ ଆଶା କର୍ମୀ
author img

By

Published : Apr 13, 2020, 2:08 PM IST

Updated : Apr 13, 2020, 3:13 PM IST

ଅନୁଗୋଳ: ମହାମାରୀ କୋରୋନା ଭାଇରସକୁ ରୋକିବା ମହାସଂଗ୍ରାମର ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି ଓ ଆଶା କର୍ମୀ । କୋରୋନା ସଚେତନତା ନେଇ ସରକାରୀ ସ୍ତରରେ ଜାରି କରାଯାଇଥିବା ଗାଇଡଲାଇନକୁ ଗ୍ରାମଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚି ସଚେତନ କରୁଛନ୍ତି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ପଞ୍ଚାୟତର ଅଙ୍ଗନବାଡି ଓ ଆଶା କର୍ମୀ ହୋଇପାରିଛନ୍ତି କୋରୋନା ଯୋଦ୍ଧା।

କୋରୋନା ଯୋଦ୍ଧା ଅଙ୍ଗନୱାଡି ଓ ଆଶା କର୍ମୀ

ଗତ 22 ତାରିଖ ଠାରୁ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ପଞ୍ଚାୟତର ଗାଁ, ବସ୍ତି ଓ ସାହି ବୁଲିବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ବିଶେଷକରି ଲୋକେ କିଭଳି ସାମାଜିକ ଦୂରତା ରକ୍ଷା କରିବେ, ସାବୁନରେ ବାରମ୍ବାର ହାତ ଧୋଇବେ, ମାସ୍କ ପିନ୍ଧିବେ ଏବଂ ବିନା କାମ ନଥିଲେ ଘରୁ ବାହାରକୁ ବାହାରିବେ ନାହିଁ ବୋଲି ଲୋକଙ୍କୁ ବୁଝାଉଛନ୍ତି।

corona warriors
କୋରୋନା ଯୋଦ୍ଧା ଅଙ୍ଗନୱାଡି ଓ ଆଶା କର୍ମୀ

ଆବଶ୍ୟକ ପଡ଼ିଲେ ହାତ ଧୋଇବାର ପଦ୍ଧତି ମଧ୍ୟ କହି ଦେଉଛନ୍ତି। ଲୋକଙ୍କୁ ନିଜେ ମାସ୍କ ପିନ୍ଧାଇ ଦେଉଛନ୍ତି। ବହୁ ସମୟ ଠିଆ ହୋଇ ଲୋକଙ୍କୁ ବାରମ୍ବାର ବୁଝାଉଛନ୍ତି। ରାତି ପାହିଲେ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ସରକାରୀ ସହାୟତା ସ୍ବରୂପ ଖାଦ୍ୟ ଯୋଗାଇ ଦେଇ ସଚେତନତା କରାଇବା ପାଇଁ ବାହାରି ପଡୁଛନ୍ତି। ଆଗାମୀ ଦିନରେ ମଧ୍ୟ ଏହା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 13, 2020, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.