ETV Bharat / state

ଅନୁଗୋଳରେ କମୁଛି କୋରୋନା ପ୍ରକୋପ, ଏବେ ଦୁଇ ଅଙ୍କରେ ସୀମିତ ଆକ୍ରାନ୍ତ ସଂଖ୍ୟା - Anugul corona report

ଅନୁଗୋଳରେ କମୁଛି କୋରୋନା ପ୍ରକୋପ, ଏବେ ଦୁଇ ଅଙ୍କରେ ସୀମିତ ଆକ୍ରାନ୍ତ ସଂଖ୍ୟା

author img

By

Published : Nov 16, 2020, 12:29 AM IST

23:47 November 15

ଅନୁଗୋଳରେ କମୁଛି କୋରୋନା ପ୍ରକୋପ, ଏବେ ଦୁଇ ଅଙ୍କରେ ସୀମିତ ଆକ୍ରାନ୍ତ ସଂଖ୍ୟା

ଅନୁଗୋଳରେ କମୁଛି କୋରୋନା ପ୍ରକୋପ, ଏବେ ଦୁଇ ଅଙ୍କରେ ସୀମିତ ଆକ୍ରାନ୍ତ ସଂଖ୍ୟା
ଅନୁଗୋଳରେ କମୁଛି କୋରୋନା ପ୍ରକୋପ, ଏବେ ଦୁଇ ଅଙ୍କରେ ସୀମିତ ଆକ୍ରାନ୍ତ ସଂଖ୍ୟା

ଅନୁଗୋଳ: ଜିଲ୍ଲାରେ କମିବା ଆରମ୍ଭ କରିଛି କୋରନାର ପ୍ରକୋପ । ରବିବାର ଅନୁଗୋଳରୁ ୫୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୪୯ରେ ପହଞ୍ଚିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି ।

ଜିଲ୍ଲା ଭିତରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ପାଲଲହଡା ବ୍ଳକରୁ ୧୧ ଜଣ ଅନୁଗୋଳ ପୌରାଞ୍ଚଳରୁ ୧୦ ଜଣ, ବଅଁରପାଳ ବ୍ଳକରୁ ୯ ଜଣ, ଛେଣ୍ଡିପଦାରୁ ୬ ଜଣ, ତାଳଚେର ବ୍ଲକରୁ ୫ ଜଣ, ତାଳଚେର ପୌରାଞ୍ଚଳରୁ ୫ ଜଣ, କଣିହାଁ ବ୍ଳକରୁ ୪ ଜଣ, କିଶୋରନଗରରୁ ଜଣେ ଓ ଅନୁଗୋଳ ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ରହିଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ରବିବାର ଜିଲ୍ଲାରୁ ୯୦ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭ ଜଣ କୋଭିଡ ହସ୍ପିଟାଲରୁ ଓ ୭୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.