ଅନୁଗୋଳ: କୋଭିଡ-19 ବିରୁଦ୍ଧରେ ସାରା ଦେଶ ଲଢେଇ ଜାରି ରଖିଥିବାବେଳେ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ମଧ୍ୟ ମୁକାବିଲା ପାଇଁ ଅନେକ ସତର୍କତା ଅବଲମ୍ବନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୋରୋନା ପାଇଁ ଆବଶ୍ୟକୀୟ ପଦକ୍ଷେପ ଠାରୁ ଆରମ୍ଭ କରି ସମସ୍ତ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଏନଟିପିସି ।
ଅନୁଗୋଳ ଜିଲ୍ଲାର କଣିହାଁ ଠାରେ ଥିବା ଏନଟିପିସି ତାପଜ ବିଦ୍ୟୁତ କାରଖାନା, ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମଧ୍ୟ ଲକ ଡାଉନ ନିୟମକୁ ପାଳନ କରି ବିଜୁଳି ଉତ୍ପାଦନ ଜାରି ରଖିବା ସହ ନିଜ ସାମାଜିକ ଦାଇତ୍ବ ବୋଧକୁ ମଧ୍ୟ ଭୁଲି ନାହିଁ।
ଏନଟିପିସିର କଣିହାଁ ପ୍ଲାଣ୍ଟ ବିଜୁଳି ଉତ୍ପାଦନ ଗତ ଏପ୍ରିଲ ମାସରେ ପିଏଲଏଫ 80.93% ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହର ପ୍ରବେଶ ଦ୍ବାରରେ ସମସ୍ତ ବ୍ୟବସ୍ଥା କରିଥିବା ଏକ ଭିଡିଓ ମଧ୍ୟରେ ସୂଚନା ଦେଇଛି ।
ଏହା ଛଡା ପାଖ ଗାଁ ଗୁଡିକରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକୁ ରୋଜଗାର ଯୋଗାଇବା ପାଇଁ ପ୍ରୟାସ କରିଛି କମ୍ପାନୀ । ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ମାସ୍କକୁ କିଣି ତାକୁ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କୁ ବଣ୍ଟନ କରିଛି କମ୍ପାନୀ । ଏତତ ବ୍ୟତୀତ କମ୍ପାନୀର ନିଜସ୍ବ ହସ୍ପିଟାଲରେରେ କୋଭିଡର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ମଧ୍ୟ ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ