ETV Bharat / state

ଅନୁଗୋଳରେ ବିଗୁଡୁଛି କୋରୋନା ସ୍ଥିତି !

ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୯୬ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଜିଲ୍ଲାରୁ ୧୦୫ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ କୋଭିଡ ହସ୍ପିଟାଲରୁ ଓ ୮୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନୁଗୋଳରେ ବିଗୁଡ଼ିଛ କୋରୋନା ସ୍ଥିତି
ଅନୁଗୋଳରେ ବିଗୁଡ଼ିଛ କୋରୋନା ସ୍ଥିତି
author img

By

Published : Sep 27, 2020, 10:45 PM IST

ଅନୁଗୋଳ: ରବିବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୯୬ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଥିବାବେଳେ ଜିଲାରେ ଆକ୍ରାନ୍ତ ସଂଖ୍ୟା ୪୦୯୨ରେ ପହଞ୍ଚିଛି ।

ଏନେଇ ଜିଲ୍ଲାପ୍ରାଶାସନ ଏକ ପ୍ରେସ ବିବୃତି ଜାରି କରିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେରରୁ ସର୍ବାଧିକ ୩୭ ଜଣ (୨୧ଜଣ ପୁରୁଷ ଓ ୧୬ ଜଣ ମହିଳା ) ଅନୁଗୋଳରୁ ୩୧ ଜଣ ( ୧୯ ଜଣ ପୁରୁଷ ଓ ୧୨ ଜଣ ମହିଳା ), ତାଳଚେର ବ୍ଲକ୍ରୁ ୨୭ ଜଣ ( ୨୨ ଜଣ ପୁରୁଷ ଓ ୫ ଜଣ ମହିଳା ), ଛେଣ୍ଡିପଦାରୁ ୨୫ ଜଣ ( ୨୦ ଜଣ ପୁରୁଷ ଓ ୫ ମହିଳା ), ବଅଁରପାଳରୁ ୨୨ ଜଣ ( ୧୭ ଜଣ ପୁରୁଷ ଓ ୫ ଜଣ ମହିଳା ) ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳ ବ୍ଳକରୁ ୧୫ ଜଣ ( ୧୨ ଜଣ ପୁରୁଷ ଓ ୩ ଜଣ ମହିଳା ), କିଶୋରନଗରରୁ ୧୪ ଜଣ (୬ ଜଣ ପୁରୁଷ ଓ୮ ମହିଳା ), କଣିହାଁ ବ୍ଳକରୁ ୧୪ ଜଣ (୧୧ ଜଣ ପୁରୁଷ ଓ ୩ ଜଣ ମହିଳା), ପାଳଲହଡାରୁ ୧୦ ଜଣ ( ୭ ଜଣ ପୁରୁଷ ଓ୩ ମହିଳା ) ଏବଂ ଆଠମଲ୍ଲିକରୁ ୧ ପୁରୁଷ ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି ।

ଆଜି ଜିଲ୍ଲାରୁ ୧୦୫ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ କୋଭିଡ ହସ୍ପିଟାଲରୁ ଓ ୮୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.