ଅନୁଗୋଳ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଂଗ୍ରେସ ବିରୋଧ । ଜିଲ୍ଲା କଂଗ୍ରେସ ସଭାପତି ବୀପ୍ଳବ ଜେନା ଓ ମହିଳା କଂଗ୍ରେସ ପ୍ରବକ୍ତା ସସ୍ମିତା ବେହେରାଙ୍କ ନେତୃତ୍ବରେ ଅନୁଗୋଳ ତହସିଲ ଅଫିସ ସମ୍ମୁଖରେ ସତ୍ୟାଗ୍ରହ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ଏହି ଯୋଜନାକୁ ସରକାର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆହୁରି ବିରୋଧ କରାଯିବ ବୋଲି ଦଳ ଚେତାବନୀ ଦେଇଛି ।
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ସେନାରେ ଭର୍ତ୍ତି ହେବାକୁ ଥିବା ଆଶାୟୀ ଓ ବିଭିନ୍ନ ସଂଗଠନ ତରଫରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ନିଯୁକ୍ତି ଦେବା ଆଳରେ ସରକାର ଯୁବକ ଯୁବତୀଙ୍କୁ ଠକିବାର ଯୋଜନା କରୁଥିବା ଦଳ ଅଭିଯୋଗ କରିଛି । ଦେଶର ସୁରକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରିବା ଉଦେଶ୍ୟରେ ସରକାର ଏହି ଯୋଜନାକୁ ଲାଗୁ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଅନୁଗୋଳ