ETV Bharat / state

ସୋନିଆଙ୍କୁ ED ଜେରା ନେଇ ଅନୁଗୋଳ କଂଗ୍ରେସର ବିକ୍ଷୋଭ

ଆଗକୁ ନିର୍ବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜାଣି ଶୁଣି ଦଳର ଶୀର୍ଷ ନେତୃତ୍ବଙ୍କୁ ଅଡୁଆରେ ପକାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସକର୍ମୀ । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

author img

By

Published : Jul 22, 2022, 7:31 PM IST

Updated : Jul 22, 2022, 8:00 PM IST

ସୋନିଆଙ୍କୁ ED ଜେରା ନେଇ ଅନୁଗୋଳ କଂଗ୍ରେସର ବିକ୍ଷୋଭ
ସୋନିଆଙ୍କୁ ED ଜେରା ନେଇ ଅନୁଗୋଳ କଂଗ୍ରେସର ବିକ୍ଷୋଭ

ଅନୁଗୋଳ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବା ଅଭିଯୋଗରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ । ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଜିଲ୍ଲା କଂଗ୍ରେସକର୍ମୀ । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । କେନ୍ଦ୍ର ସରକାର କଂଗ୍ରେସକୁ ଭୟ କରୁଛି । ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସକୁ ଜାଣି ଶୁଣି ଆକ୍ରୋଶମୂଳକ ଭାବେ ଅଡୁଆରେ ପକାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।

ଦେଶରେ ଦର ଦାମ ବୃଦ୍ଧି, ବେକାରୀ ଓ ଅନ୍ୟାନ୍ୟ ଗୁରୁତର ସମସ୍ୟା ଥିବାବେଳେ କେନ୍ଦ୍ର ସରକାର ସେଥିପ୍ରତି ଧ୍ୟାନ ନଦେଇ କଂଗ୍ରେସ ପଛରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ଥରେ ED ଜେରା କଲେ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Jul 22, 2022, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.