ETV Bharat / state

ହାତୀ ଆକ୍ରମଣରେ ଦୁଇ ମୃତ

କଣିହାଁ ବ୍ଲକ ଅନ୍ତର୍ଗତ ସୁଲେଇପାଳ ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

author img

By

Published : Jun 21, 2019, 9:33 AM IST

Updated : Jun 21, 2019, 2:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ହାତୀ ଆକ୍ରମଣରେ ଦୁଇ ଜଣ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଣିହାଁ ବ୍ଲକ ସୁଲେଇପାଳ ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ଦେବରାଜ ସାମଲ ଓ ସୁଧାକର ମହାନ୍ତି । ଦୁଇଜଣ ପ୍ରାଣ ହରାଇଥିଲେ ମଧ୍ୟ ବନବିଭାଗ କିମ୍ବା ପୋଲିସ ଏ ପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହାନ୍ତି । ଫଳରେ ଗାଁରେ ଉତ୍ତେଜନା ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତକାଲି ଅପରାହ୍ନରେ ନିଜ ଚାଷଜମିକୁ ଖତ ପକାଇବାକୁ ଯାଇଥିଲା ବେଳେ ଦେବରାଜଙ୍କୁ ପ୍ରଥମେ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବିଳମ୍ବିତ ରାତିରେ ତାଳଚେର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ସୁଧାକରଙ୍କୁ ମଧ୍ୟ ଜଙ୍ଗଲ ଭିତରେ ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ବହୁ ଖୋଜାଖୋଜି ପରେ ଆଜି ସକାଳେ ତାଙ୍କ ମୃତଦେହ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 21, 2019, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.