ଅନୁଗୋଳ: ଭଲ କରି ଦେଖନ୍ତୁ ଏହି ଭଙ୍ଗା ଦଦରା ଘରକୁ । ଘର ତ ନୁହେଁ ବରଂ କେତୋଟି ଇଟା ଖଣ୍ଡ । ପୁଣି ଅଳିଆ ଆବର୍ଜନା ସହ ସେସୁର ବଡ ବଡ ଟ୍ରାନ୍ସଫର୍ମର । ଦିନ ଥିଲା ଏଠାରେ ସରକାରଙ୍କ ସୂଚନା କେନ୍ଦ୍ର ଥିଲା ମାତ୍ର ଏବେ ଜବରଦଖଲକାରୀଙ୍କ ଆଡ୍ଡାସ୍ଥଳୀ । ଦୀର୍ଘ 10 ବର୍ଷ ହେବ ସୂଚନା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁରୁଣା ଯାଗାରେ ଜିଲ୍ଲାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପନ ପାଇଁ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମାତ୍ର ଇ-ଲାଇବ୍ରେରୀ କଥା ଛାଡନ୍ତୁ ଆଜିଯାଏଁ ତାହାକୁ ପୁନରଦ୍ଧାର କରାଯାଇନାହିଁ ଆଉ ତାହାର କାରଣ, ଜବରଦଖଲ ।
ଜବରଦଖଲ କବଜାରେ ସରକାରଙ୍କ ସୂଚନା କେନ୍ଦ୍ର, ଇ-ଲାଇବ୍ରେରୀ ପାଇଁ ପଡିରହିଛି ଟଙ୍କା - complain about that CESU
ଦୀର୍ଘ 10 ବର୍ଷ ହେବ ସୂଚନା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁରୁଣା ଯାଗାରେ ଜିଲ୍ଲାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପନ ପାଇଁ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମାତ୍ର ବାଧକ ସାଜିଛି ଜବରଦଖଲ । ଆଗକୁ ପଢନ୍ତୁ...
ଅନୁଗୋଳ: ଭଲ କରି ଦେଖନ୍ତୁ ଏହି ଭଙ୍ଗା ଦଦରା ଘରକୁ । ଘର ତ ନୁହେଁ ବରଂ କେତୋଟି ଇଟା ଖଣ୍ଡ । ପୁଣି ଅଳିଆ ଆବର୍ଜନା ସହ ସେସୁର ବଡ ବଡ ଟ୍ରାନ୍ସଫର୍ମର । ଦିନ ଥିଲା ଏଠାରେ ସରକାରଙ୍କ ସୂଚନା କେନ୍ଦ୍ର ଥିଲା ମାତ୍ର ଏବେ ଜବରଦଖଲକାରୀଙ୍କ ଆଡ୍ଡାସ୍ଥଳୀ । ଦୀର୍ଘ 10 ବର୍ଷ ହେବ ସୂଚନା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁରୁଣା ଯାଗାରେ ଜିଲ୍ଲାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପନ ପାଇଁ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମାତ୍ର ଇ-ଲାଇବ୍ରେରୀ କଥା ଛାଡନ୍ତୁ ଆଜିଯାଏଁ ତାହାକୁ ପୁନରଦ୍ଧାର କରାଯାଇନାହିଁ ଆଉ ତାହାର କାରଣ, ଜବରଦଖଲ ।
Body:ଜବର ଦଖଲ କାରୀ ଙ୍କ କବଜାରେ ଅନୁଗୋଳ ସୂଚନା ଲୋକ ସମ୍ପର୍କ ବିଭାଗର ଜମି । ଅନୁଗୋଳ ସହର ମଧ୍ୟରେ ବଜାର ଛକରେ ଥିବା ପୁରୁଣା ସୂଚନା କେନ୍ଦ୍ର ର 12 ଡେ ସି ମେଲ ଜମି କୁ ଏବେ ଜବର ଦଖଲ କରି ରଖିଛନ୍ତି ଯେତେକ ଅନାମଧନ୍ୟ ଓ ବିତ୍ତଶାଳୀ ବ୍ୟକ୍ତି । ଯେଉଁ ଠାରେ ଚାଲିଛି ଉଠା ଦୋକାନ । ସବୁ ଠାରୁ ବଡ କଥା ହେଉଛି ବିଭାଗର ଏହି ଜମି ଉପରେ ବସିଛି କିଛି ବ୍ୟବସାୟୀ ଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମର । ଯାହାକି ସମ୍ପୂର୍ଣ୍ଣ ବେ ଆଇନ । ଜବର ଦଖଲ ନ ହଟିବା ଓ ଟ୍ରାନ୍ସଫର୍ମର ର ନ ହଟା ଯାଉ ଥିବାରୁ ଏଠାରେ ହେବାକୁ ଥିବା ଇ - ଲାଇବ୍ରେରୀ ହୋଇ ପାରୁ ନାହିଁ । ଫଳରେ ଲକ୍ଷ ଲକ୍ଷ ଟଙ୍କା ଆସି କାମରେ ନ ଲାଗି ପଡି ରହିଛି ।
ବାଇଟ - 1ପ୍ରିୟଦର୍ଶୀ ପଟନାଏକ ,ଅନୁଗୋଳ ସହର ବାସୀ
ବାଇଟ - 2 ଭୁପେଶ ଚନ୍ଦ୍ର ପ୍ରଧାନ , ବୁଦ୍ଧି ଜୀବୀ ।
vo - 2
ସୂଚନା ଅନୁସାରେ ଏହି ଠାରେ ପୂର୍ବରୁ ଚାଲୁଥିଲା ଜିଲା ସୂଚନା କେନ୍ଦ୍ର । ଏଠାରେ ଘର ଘର ଥିବା ବେଳେ ସମୟ କ୍ରମେ ତାହା ନଷ୍ଟ ହେବା ସହ ତାହା ଭାଙ୍ଗି ରୁଜି ଗଲା । ଫଳରେ ସୁଚାନା କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିଦିଆ ଯାଇଥିବେ ବେଳେ ଏଠାରେ ଏକ ଇ ଲାଇବ୍ରେରୀ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବା ସହ ଏଥିପାଇଁ ଅର୍ଥ ମଧ୍ୟ ମଞ୍ଜୁରୀ ହୋଇଛି । ଏଥିପାଇଁ 35 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାର ନିର୍ମାଣ ପାଇଁ ଏମ ସି ଏଲ ପକ୍ଷରୁ 27 ଲକ୍ଷ ଟଙ୍କା ସରକାର ଙ୍କୁ ଦିଆଯାଇଛି । ହେଲେ ଏଠାରେ ଥିବା ଘରୋଇ ବିଦ୍ୟୁତ ସବ ଷ୍ଟେସନ ଏବେ ଏହି ବୃହତ୍ତର ସ୍ୱର୍ଥ ରେ ପ୍ରତିବନ୍ଧକ ହୋଇ ଛିଡା ହୋଇଛି । ଯାହା ପାଇଁ କାହାରି ନଜର ନାହିଁ । ଏନେଇ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ବିଦ୍ୟୁତ ବିଭଗ ଅଧିକାରୀ ଏହି ବେ ଆଇନ କାର୍ଯ୍ୟ କରିବା ପରେ ଏବେ ତାକୁ ହଟାଇବା ପାଇଁ ଆଉ ପଦକ୍ଷେପ ନେଉ ନାହାନ୍ତି । ତେଣୁ କଯ୍ୟ ହୋଇ ପାରୁ ନାହିଁ ।
ବାଇଟ - 3 ବ୍ରହ୍ମ ଜ୍ୟୋତି ମିଶ୍ର , ସାଧାରଣ ନଗରିକ ।
ବାଇଟ - 4 ଶରତ ଚନ୍ଦ୍ର ସେଠି , ଜିଲାସୂଚନା ଲୋକ ସମ୍ପର୍କ ଅଧିକାରୀ ।
Conclusion:ତେବେ କଥା ହେଉଛି କାହା ସ୍ୱର୍ଥ ପାଇଁ ଏହି ବିଭାଗୀୟ ସରକାରି ଜମିରେ ସେସୁ ଏହି ବ୍ୟକ୍ତିଗତ ଟ୍ରାନ୍ସଫର୍ମର ବସିଲା । ଯଦି ବସାଇଲା ତେବେ ବିଭଗର ନଜର ରଖିବା କଥା । ମାତ୍ର ତାହା କଲା ନାହିଁ ।ଏବେ ଏନେଇ ମଧ୍ୟ କ୍ୟାମେରା ସାମ୍ନା ରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।