ETV Bharat / state

ଟଙ୍କା ନେଇ ସିଆରପି ଛୁ, ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା ସ୍ଵୟଂ ସହାୟକ ଗୋଷ୍ଠୀ - ଟଙ୍କା ନେଇ ଫେରାର ସିଆରପି

ଟଙ୍କା ଠକେଇ କରି ଫେରାର ହେଲେ ସିଆରପି । ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା ସ୍ଵୟଂ ସହାୟକ ଗୋଷ୍ଠୀ । ଫେରାର ସିଆରପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ଗିରଫ ଦାବି । ଅଧିକ ପଢ଼ନ୍ତୁ...

Community Resource Person, SHG women in Anugul, ଜିଲ୍ଲାପାଳଙ୍କ ପାଖରେ ଫେରାଦ ସ୍ଵୟଂ ସହାୟକ ଗୋଷ୍ଠୀ, ଟଙ୍କା ନେଇ ଫେରାର ସିଆରପି, ସ୍ଵୟଂ ସହାୟକ ଗୋଷ୍ଠୀକୁ ଠକେଇ
ଟାଙ୍କା ନେଇ ଫେରାର ସିଆରପି, ଜିଲ୍ଲାପାଳଙ୍କ ପାଖରେ ଫେରାଦ ସ୍ଵୟଂ ସହାୟକ ଗୋଷ୍ଠୀ
author img

By

Published : Nov 26, 2019, 5:39 PM IST

ଅନୁଗୋଳ: ଋଣ ପରିଶୋଧ କଲା ପରେ ପୁଣି ଋଣ ଅର୍ଥ ପୈଠ କରିବା ନେଇ ଫୋନ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ଗୋଟିଏ କି ଦୁଇଟି ନୁହେଁ 9ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଏସବୁ ଘଟଣା ପାଇଁ ସଭିଏଁ ଦାୟୀ କରିଛନ୍ତି, ସେମାନଙ୍କ ଠାରୁ ଋଣ ଅର୍ଥ ଆଦାୟ କରିଥିବା ତଥା ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ସିଆରପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କୁ ।

ଟାଙ୍କା ନେଇ ଫେରାର ସିଆରପି, ଜିଲ୍ଲାପାଳଙ୍କ ପାଖରେ ଫେରାଦ ସ୍ଵୟଂ ସହାୟକ ଗୋଷ୍ଠୀ

ଏନେଇ ପ୍ରଥମେ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହୋଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସିଆରପି କେଉଁ ଆଡେ ଫେରାର ହୋଇ ଯାଇଥିବା ଜଣାପଡିଛି ।

ତେବେ ଘଟଣାର ସମାଧାନ ସହ ଅଭିଯୁକ୍ତ ସିଆରପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଦୀର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ବସି ରହିଥିଲେ । ସୂଚନା ଅନୁଯାୟୀ ମହିଳା ମାନେ ଅନୁଗୋଳ ବ୍ଲକ ଟାଇଁସି ପଞ୍ଚାୟତ ଭଗତପୁର ଗାଁର ବୋଲି ଜଣାପଡି଼ଛି । ଦୁଇ ବର୍ଷ ତଳେ ପ୍ରାୟ 9ଟି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ତୃପ୍ତି ଯୋଜନାରେ ବ୍ୟାଙ୍କରୁ ଋଣ କରାଇଦେବାକୁ କହିଥିଲେ ସିଆରପି ଜ୍ୟୋତ୍ସ୍ନାମୟୀ । ସମ୍ପୃକ୍ତ ମହିଳା ସଙ୍ଘ ସଦସ୍ୟ ମାନେ ପ୍ରାୟ 50 ହଜାରରୁ 1 ଲକ୍ଷ ପର୍ଯ୍ୟନ୍ତ ଋଣ ମଧ୍ୟ ପାଇଥିଲେ । ଖାଲି ଏତିକି ନୁହେଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଋଣ ଅର୍ଥ ପରିଶୋଧ ମଧ୍ୟ କରି ନେଇଥିଲେ ସିଆରପି ।

ତେବେ ଆଦାୟ ଅର୍ଥ ସରକାରୀ ତହବିଲରେ ଜମା ନ କରି ସବୁ ହଡପ କରି ନେଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣା ଲୋକଲୋଚନକୁ ଆସିବା ପରଠାରୁ ସମ୍ପୃକ୍ତ ସିଆରପି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ମହିଳା ସଦସ୍ୟ ମାନେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲାରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଠକେଇ । ଇଟିଭି ରେ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା । ଫେରାର ସି.ଆର.ପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ଗିରଫ ଦାବୀ । Body:ଋଣ ପରିଶୋଧ କଲା ପରେ ପୁଣି ଋଣ ଅର୍ଥ ପୈଠ କରିବା ନେଇ ଫୋନ ପାଇବା ପରେ ସୃଷ୍ଟି ହୋଇଛି ଆଶଙ୍କା । ଏଭଳି ଅଭିଯୋଗ ଆଣିଛନ୍ତି ଗୋଟିଏ ନୁହଁ କି ଦୁଇଟି ନୁହଁ ୯ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଆଉ ଏ ସବୁ ଘଟଣା ପାଇଁ ସେମାନେ ଦାୟୀ କରିଛନ୍ତି ସେମାନଙ୍କ ଠାରୁ ରଣ ଅର୍ଥ ଆଦାୟ କରିଥିବା ତଥା ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ସି.ଆର.ପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ବିରୁଦ୍ଧରେ । ଏନେଇ ପ୍ରଥମେ ଇଟିଭି ଭରତ ରେ ନିଉଜ ପ୍ରସାରିତ ହୋଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସି.ଆର.ପି କୁଆଡେ ଫେରାର ହୋଇ ଯାଇଥିବା ମଧ୍ୟ ଜଣା ପଡିଛି । ଘଟଣାର ସମାଧାନ ସହ ଅଭିଯୁକ୍ତ ସି.ଆର.ପିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଦୀର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ବସି ରହିଥିଲେ । ସୂଚନା ଅନୁଯାୟୀ ଏ ସମସ୍ତ ମହିଳା ହେଉଛନ୍ତି ଅନୁଗୋଳ ବ୍ଲକ ଟାଇଁସି ପଞ୍ଚାୟତ ଭଗତପୁର ଗାଁ ର । ଦୁଇ ବର୍ଷ ତଳେ ପ୍ରାୟ ୯ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ତୃପ୍ତି ଯୋଜନାରେ ବ୍ୟାଙ୍କ ରୁ ଋଣ କରାଇଦେବାକୁ କହିଥିଲେ ସି.ଆର.ପି ଜ୍ୟୋତ୍ସ୍ନାମୟୀ । ସମ୍ପୃକ୍ତ ମହିଳା ସଙ୍ଘ ସଦସ୍ୟ ମାନେ ପ୍ରାୟ ୫୦ ହଜାର ରୁ ୧ ଲକ୍ଷ ପର୍ଯ୍ୟନ୍ତ ରଣ ମଧ୍ୟ ପାଇଥିଲେ । ଖାଲି ଏତିକି ନୁହେଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରଣ ଅର୍ଥ ପରିଶୋଧ ମଧ୍ୟ କରି ନେଇଥିଲେ ସି.ଆର.ପି । Conclusion:ତେବେ ଆଦାୟ ଅର୍ଥ ସରକାରୀ ତହବିଲରେ ଜମା ନ କରି କାଳେ ସବୁ ହଡପ କରି ନେଇଥିଲେ । ଆଉ ଏହି ଘଟଣା ଲୋକଲୋଚନକୁ ଆସିବା ପର ଠାରୁ ସମୃକ୍ତ ସି.ଆର.ପି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ମହିଳା ସଦସ୍ୟ ମାନେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.