ETV Bharat / state

କୋଇଲା ଖଣି ବିସ୍ଥାପିତଙ୍କ ଅସନ୍ତୋଷ; 'ଜୀବନ ଯିବ ପଛେ, ଭିଟାମାଟି ଛାଡ଼ିବୁନି' - ବିସ୍ଥାପିତ ହେବେ ୪ ଶହ ପରିବାର

ଅନୁଗୋଳ ଛେଣ୍ଡିପଦା ବ୍ଲକରେ ଖନନ ହେଉଥିବା ଦୁଇଟି କୋଇଲା ଖଣି ଯୋଗୁଁ କ୍ଷତିଗ୍ରସ୍ତ ଗୋପିବଲ୍ଲବପୁର ଗାଁରେ ବଢ଼ୁଛି ଅସନ୍ତୋଷ । ପ୍ରଶାସନ ଓ ଖଣି କମ୍ପାନୀ ତରଫରୁ ମିଳିଥିବା ପ୍ରତିଶୃତି ପୂରଣ କରାଯାଉନଥିବା ଅଭିଯୋଗ । ସହାୟତା ମାଗିଲେ ପ୍ରଶାସନ ଜେଲ ଜେଲ ପଠାଇ ଦେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

କୋଇଲା ଖଣି ବିସ୍ଥାପିତଙ୍କ ଅସନ୍ତୋଷ
କୋଇଲା ଖଣି ବିସ୍ଥାପିତଙ୍କ ଅସନ୍ତୋଷ
author img

By

Published : May 7, 2023, 6:10 PM IST

କୋଇଲା ଖଣି ବିସ୍ଥାପିତଙ୍କ ଅସନ୍ତୋଷ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଖନନ ହେଉଥିବା ଦୁଇଟି କୋଇଲା ଖଣି ଯୋଗୁଁ କ୍ଷତିଗ୍ରସ୍ତ ଗୋପିବଲ୍ଲବପୁର ଗାଁରେ ଦିନକୁ ଦିନ ବଢୁଛି ଅଶାନ୍ତି । ଖନନ ପୂର୍ବରୁ ପ୍ରଶାସନ ଓ କମ୍ପାନୀ ପକ୍ଷରୁ ଦିଆ ଯାଇଥିବା ପ୍ରତିଶୃତି ପୂରଣ ନହେଲେ ଖଣି ପାଇଁ ଇଞ୍ଚେ ଜମି ନଛାଡିବାକୁ ଶପଥ କରିଛନ୍ତି ଗ୍ରାମବାସୀ । ରକ୍ତ ଦେବୁ ପଛେ ଜମି ଦେବୁ ନାହିଁ ବୋଲି ଚରମ ଚେତାବନୀ ଦେଇଛନ୍ତି ପ୍ରଭାବିତ । ଗାଁରେ ଘନଘନ ବୈଠକ ବସୁଛି ଓ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଉଛି । ଯାହା ଏବେ କମ୍ପାନୀ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ବିସ୍ଥାପିତ ହେବେ ୪ ଶହ ପରିବାର: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଉତ୍କଳ-ଡି ଓ ଉତ୍କଳ-ସି କୋଇଲା ବ୍ଲକର ଖଣି ଖନନ ଚାଲିଛି । ଏହି ଦୁଇଟି ଖଣି ଯୋଗୁଁ ଗୋପିବଲ୍ଲଭପୁର ଗାଁଟି ସମ୍ପୂର୍ଣ୍ଣ ଉଚ୍ଛେଦ ହେଉଛି । ଏହାଛଡା ଏକର ଏକର ଚାଷ ଜମି, କାଜୁ ବଗିଚା, ଆମ୍ବ ବଗିଚା ସବୁକିଛି ଅଧିଗ୍ରହଣ ହେଉଛି । ପ୍ରାୟ ୪ ଶହ ପରିବାର ବିସ୍ଥାପିତ ହେବାକୁ ଯାଉଛନ୍ତି । କମ୍ପାନୀ ତରଫରୁ ପ୍ରତ୍ୟେକ ପରିବାରକୁ ଜମି ଏକର ପ୍ରତି ୨୧ଲକ୍ଷ ଟଙ୍କା ଏବଂ ଚାକିରି ବାବଦରେ ୨୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । କିନ୍ତୁ ମାତ୍ର ୫୦/୬୦ ପରିବାର ସେମାନଙ୍କ ଟଙ୍କା ଉଠାଇ ନେଇଛନ୍ତି । ଅନ୍ୟ କୌଣସି ପରିବାର ସେମାନଙ୍କ ଟଙ୍କା ଉଠାଇ ନାହାନ୍ତି । ଗ୍ରାମବାସୀଙ୍କ କହିବା କଥା, "ଘର, ଭିଟାମାଟି, ବାଡ଼ି ବଗିଚା ସବୁ ଗଲା । ଟଙ୍କା ନେଇ କଣ କରିବୁ । ଆମକୁ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ଥଇଥାନ କଲୋନୀ ଏବଂ ଜମିରେ ଥିବା ଗଛ ଓ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ଦିଆଯଉ ।"

ପ୍ରତିଶୃତି ଦେଇ ଅଣଦେଖା କରିଦେଲେ !: ବାରମ୍ବାର ଦାବି କରିବା ପରେ ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା । କିନ୍ତୁ ଖଣି ଖନନ ଆରମ୍ଭ ହେବା ପରେ ମଧ୍ୟ ଦାବି ପୂରଣ ପାଇଁ ପ୍ରଶାସନ ଓ କମ୍ପାନୀ କେହି ହେଲେ ଆଗ୍ରହ ଦେଖାଇଲେ ନାହିଁ । ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଗତ ଏପ୍ରିଲ ୨୧ ତାରିଖରୁ ଖଣି ପରିସରରେ ଆନ୍ଦୋଳନ କଲେ । ପୋଲିସ ସେମାନଙ୍କୁ ବଳ ପୂର୍ବକ ଉଠାଇ ନେଇ ଜେଲ୍‌ ପଠାଇ ଦେଇଥିଲା । ଦୀର୍ଘ ୧୦ ଦିନ ପରେ ସେମାନେ ଜେଲରୁ ବାହାରି ଥିଲେ । ଏହାପରଠୁ ଗାଁରେ ଲାଗି ରହିଛି ଉତ୍ତେଜନା । ପୋଲିସ ଯେତେ ଥର ଆମକୁ ଜେଲ୍‌ ପଠାଇବ ଆମ ଆନ୍ଦୋଳନ ସେତିକି ଉଗ୍ରରୂପ ନେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଆମେ ମରିବୁ ପଛେ ଆମ ଦାବି ପୂରଣ ନହେଲେ ଜମି ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ସଫା ସଫା ଜଣାଇଛନ୍ତି ।

'ସହାୟତା ମାଗିଲେ ଜେଲ୍‌ ପଠାଉଛି ପ୍ରଶାସନ': କୋଇଲା ଉତ୍ପାଦନ ହେଲାଣି । ଗାଁ ଚାରିପଟେ ଥିବା ଜମି ଖୋଳା ଚାଲିଛି । ହେଲେ ଗାଁ ଉଚ୍ଛେଦ ହୋଇନାହିଁ । ଗ୍ରାମବାସୀ ଚଳପ୍ରଚଳ କରୁଥିବା ରାସ୍ତାକୁ କାଟି ଦିଆ ଯାଇଛି । ଶହ ଶହ ଏକର କାଜୁ ବଗିଚାକୁ ଆଉ ଲୋକେ ଯାଉ ନାହାନ୍ତି । ମହୁଲ ଗୋଟାଇବା, କେନ୍ଦୁପତ୍ର ତୋଳିବା ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗ୍ରାମବାସୀ ବର୍ଷବର୍ଷ ଧରି ଜଗିଥିବା ଜଙ୍ଗଲ ଧ୍ବଂସ ହୋଇଯାଇଛି । କିନ୍ତୁ ଲୋକଙ୍କୁ ସେ ବାବଦରେ ଟଙ୍କାଟିଏ ସହାୟତା ମିଳିଲା ନାହିଁ । ତେଣୁ ଲୋକଙ୍କର ସବୁ ଗଲା । କେବଳ ଅର୍ଥିକ ସହାୟତା ନେଇ କଣ କରିବେ ବୋଲି ସେମାନେ ଓଲଟା ପ୍ରଶ୍ନ କରିଛନ୍ତି । ଆମେ ଦାବି କଲେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ସମାଧାନ କରିବା ପରିବର୍ତ୍ତେ ଆମକୁ ଜେଲ୍‌ ପଠାଇ ଦେଉଛନ୍ତି ବୋଲି ଦୁଃଖ ବଖାଣିଛନ୍ତି ପ୍ରଭାବିତ । ଅନ୍ୟ ପକ୍ଷରେ ପ୍ରଶାସନ କହୁଛି, କମ୍ପାନୀ ନିୟମ ଅନୁସାରେ କ୍ଷତିଗ୍ରସ୍ତ ପରିବାରଗୁଡିକୁ ସମସ୍ତ ପ୍ରକାର ସହାୟତା ଦିଆଯାଇଛି । ବହୁବାର ଲୋକଙ୍କ ସହ ଆଲୋଚନା କରାଯାଇଛି । କିନ୍ତୁ ସେମାନେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ଲୋକେ ସହଯୋଗ କରି ଖଣି ଖନନକୁ ଆଗେଇ ନେବା ଆବଶ୍ୟକ । ତେବେ ଆଗକୁ ଖଣି ଖନନ ଆହୁରି ବଢିବ । ତେଣୁ ଗୋପିବଲ୍ଲଭପୁର ଗାଁରେ ଏହାକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏବେଠାରୁ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.