ETV Bharat / state

ରାସ୍ତା ନିର୍ମାଣକୁ ନେଇ ବିବାଦ, ସମାଧାନରେ ବିଫଳ ସରକାରୀ ବାବୁ

author img

By

Published : Jun 23, 2023, 7:19 AM IST

ରାସ୍ତା ସମସ୍ୟା ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଉପୁଜିଛି । ପ୍ରଶାସନର ବାରମ୍ବାର ଉଦ୍ୟମ ପରେ ବି ସମାଧାନର ବାଟ ଫିଟି ପାରୁନାହିଁ । ଅଧିକ ପଢନ୍ତୁ

villagers facing raod problem
ରାସ୍ତା ନିର୍ମାଣକୁ ନେଇ ବିବାଦ
ରାସ୍ତା ନିର୍ମାଣକୁ ନେଇ ବିବାଦ

ଅନୁଗୋଳ: ଜିଲ୍ଲାର ଦୁଇଟି ଗାଁ ପାଇଁ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପୋଲ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁରୀ କଲେ । ଗାଁକୁ ୪କୋଟି ଟଙ୍କା ବ୍ୟୟରେ ସଂଯୋଗୀ କରଣ ରାସ୍ତା ନିର୍ମାଣ ଚାଲିଛି । ହେଲେ ମାତ୍ର ୯ଶହ ମିଟର ରାସ୍ତା ପାଇଁ ଦୁଇଟି ଗାଁ ମଧ୍ୟରେ ଚାଲିଛି ବିବାଦ ଓ ରକ୍ତାକ୍ତ ସଂଘର୍ଷ । ପ୍ରଶାସନର ବାରମ୍ବାର ଉଦ୍ୟମ ବିଫଳ ହେଉଛି । ସମାଧାନର ବାଟ ଫିଟି ପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠମଲ୍ଲିକ ଉପଖଣ୍ଡ ବାଜପୁର ଓ ଗୁଆପଦା ଗାଁରେ ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଟୁସର ପଞ୍ଚାୟତରେ ରହିଛି ବାଜପୁର ଓ ଗୁଆପଦା ଗାଁ । ଦୁଇ ଗାଁ ପାଖାପାଖି ରହିଛି । ଜିଲ୍ଲାର ଶେଷ ସୀମାନ୍ତ ଏବଂ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଲାଗି ରହିଛି ଏହି ଦୁଇଟି ଗାଁ । ଫଳରେ ଏହି ଦୁଇଟି ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାବିକା ପାଇଁ ରେଢ଼ାଖୋଲ ଉପରେ ନିର୍ଭର କରନ୍ତି । କାରଣ ଜିଲ୍ଲା ସଦରମହାକୁମା ସେମାନଙ୍କୁ 100 କିମିରୁ ଅଧିକ ଦୂର ପଡୁଛି । ଉଭୟ ଗାଁ ଶେଷରେ ବହି ଯାଉଥିବା କେରାଣ୍ଡିଆ ନାଳ ଡେଇଁଲେ ପଡେ ରେଢ଼ାଖୋଲ । ହେଲେ ନାଳରେ ପୋଲ ନଥିବାରୁ ସେମାନେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଅଧିକ ସମସ୍ୟା ଭୋଗୁଛନ୍ତି । ତେଣୁ ବହୁ ବର୍ଷ ହେଲା ନାଳ ଉପରେ ପୋଲଟିଏ ଦାବି କରି ଆସୁଥିଲେ । ହେଲେ ପ୍ରଥମେ ଗୁଆପଦା ଗାଁ ନିକଟରେ ପୋଲ ନିର୍ମାଣ କରାଯାଇଛି । କିନ୍ତୁ ସେହି ପୋଲ ଦେଇ ଗମନାଗମନ କରିବାକୁ ଗୁଆପଦା ଗାଁ ଲୋକେ ବାଜପୁର ଗାଁ ଲୋକଙ୍କୁ ଅନେକ ସମୟରେ ବାରଣ କରିବାରୁ ଉଭୟ ଗାଁ ମଧ୍ୟରେ ତିକ୍ତତା ଲାଗି ରହିଛି ।

ସେହି ପୋଲ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଆଉ ଗୋଟିଏ ପୋଲ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁରୀ କରିଛନ୍ତି । ଖୁବଶୀଘ୍ର କାମ ଆରମ୍ଭ ହେବ । ସେହିପରି ସେହି ଦୁଇଟି ଯାକ ଗାଁକୁ ସଂଯୋଗ ପାଇଁ ଭଣ୍ଡାରିମୁଣ୍ଡା ଠାରୁ ପ୍ରାୟ ୪କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଚାଲିଛି । କିନ୍ତୁ ନିର୍ମାଣ ହେବାକୁ ଥିବା ପୋଲ ପର୍ଯ୍ୟନ୍ତ ୯ଶହ ମିଟର ରାସ୍ତା ନିର୍ମାଣକୁ ନେଇ ଦେଖା ଦେଇଛି ବିବାଦ । ଗୁଆପଦା ଗାଁ ଲୋକେ ଏହାକୁ ବିରୋଧ କରିବା ସହ ଠିକାଦାରକୁ କାମ କରାଇ ଦେଉନାହାନ୍ତି । ସେଠାରେ ଠେଙ୍ଗାବାଡି ଧରି ଜଗି ବସୁଛନ୍ତି । ଏହାକୁ ନେଇ ଉଭୟ ଗାଁ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ୧ମାସ ହେଲାଣି ରାସ୍ତା କାମ ଚାଲିଛି କିନ୍ତୁ ଗୁଆପଦା ଗାଁ ଲୋକଙ୍କ ବିରୋଧ ଯୋଗୁଁ ୯ଶହ ମିଟର ରାସ୍ତାରେ ମାଟି ମୁଠାଏ ପଡି ପାରୁ ନାହିଁ ।

ଇତି ମଧ୍ୟରେ ୫ଥର ଆଠମଲ୍ଲିକ ତହସିଲଦାର, ସ୍ଥାନୀୟ ପୋଲିସ ଏବଂ ଆରଆଇ ଯାଇଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଗୁଆପଦା ଗ୍ରାମବାସୀ ସେମାନଙ୍କ ଗାଁ ଜାଗା ବୋଲି ଯେଉଁ ଦାବି କରୁଛନ୍ତି ତାହାର ମାପଚୁପ କରିବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ଗୁଆପଦା ଗାଁ ଲୋକେ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଗୋଡ଼ାଇ ବାରୁ ତହସିଲଦାର ଓ ପୋଲିସ ସେଠାରୁ ଛତ୍ରଭାଙ୍ଗ ଦେଇଥିଲେ । ଏହାସତ୍ତ୍ୱେ ପ୍ରଶାସନ କୌଣସି କଡା ପଦକ୍ଷେପ ନେଉନଥିବାରୁ ବାଜପୁର ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଗୁଆପଦା ଗାଁ ଲୋକଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି ।

ଗତ ଦୁଇଦିନ ପୂର୍ବେ ବାଜପୁର ଗାଁକୁ ପୁଣିଥରେ ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୨୫ତାରିଖ ସୁଦ୍ଧା ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ତହସିଲଦାର ୪ଥର ଲୋକଙ୍କୁ ପ୍ରତିଶୃତି ଦେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଆସନ୍ତା ୨୫ତାରିଖ ସୁଦ୍ଧା ଏହାର ସମାଧାନ ନହେଲେ ଏକ ବଡ଼ ଧରଣର ଗଣ୍ଡଗୋଳକୁ ଏଡାଇ ଦିଆଯାଇନପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ ଓ ପ୍ରଶାସନ ଏହାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.