ETV Bharat / state

ଶ୍ରମିକ ବିରୋଧୀ ନୀତିକୁ ବିରୋଧ: ଅନୁଗୋଳରେ CITU ପକ୍ଷରୁ ବିକ୍ଷୋଭ - ଶ୍ରମିକ ବିରୋଧୀ ନୀତି

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ଲୋକେ। ଅନୁଗୋଳ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 22, 2019, 2:17 PM IST

ଅନୁଗୋଳ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ । ଆନ୍ଦୋଳନଙ୍କୁ ଓହ୍ଲାଇଛନ୍ତି ଶ୍ରମିକ ସଂଗଠନ । ନିକଟରେ କେନ୍ଦ୍ର ସରକାର ଶ୍ରମ ଆଇନରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତା ବିରୁଦ୍ଧରେ CITU ଶ୍ରମିକ ସଂଗଠନ ଗୁରୁବାର ଶ୍ରମ ଅଫିସ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସେପଟେ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ଅଣଦେଖା କରୁଥିବା ସହ ସେମାନଙ୍କୁ ପଞ୍ଜିକରଣ ଠିକ୍‌ରେ କରୁନଥିବା CITU ଅଭିଯୋଗ କରିଛି । ଉଭୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ 13 ଦଫା ଦାବିରେ ବିକ୍ଷୋଭ କରିଛନ୍ତି ଶ୍ରମିକ ମାନେ ।
ଶହ ଶହ ଲୋକେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସ୍ଲଗ-କବାଡ଼ି ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫ୍Body:ଆଙ୍କର - ଚମ୍ପୁଆ ଥାନା ପର୍ଶଳା ଅଂଚଳର କବାଡ଼ି ବ୍ୟବସାୟୀ ସଞ୍ଜୟ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ୪ ଜଣ ଦୃବୃର୍ତ ଟଙ୍କା ପାଇଁ ସଞ୍ଜୟଙ୍କୁ ଅପହରଣ କରିନେବା ପରେ ତାଙ୍କ ମୁଣ୍ଡରେ ଗୁଳିକରି ହତ୍ୟା କରିଥିଲେ ବୋଲି ଚମ୍ପୁଆ ପୋଲିସ ସୂଚନା ଦେଇଛି । ଗତ ୧୪ ତାରିଖ ରାତିରେ ସଞ୍ଜୟଙ୍କୁ କିଛି ଦୃବୃର୍ତ ଅପହରଣ କରିନେଇଥିବା ସନ୍ଦେହ କରି ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ସନ୍ଦେହରେ ଅଭିଷେକ ଶତପଥୀ ଓରଫ୍ ରାଣା ନାମକ ଜଣେ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ରାଣାକୁ ପଚରା ଉଚୁରା କରିବା ପରେ ସୁଦ୍ଧା ସଞ୍ଜୟଙ୍କର କୌଣସି ଖୋଜ୍ ଖବର ପାଇ ନ ଥିଲା । ଗତ ୧୭ ତାରିଖରେ ତଡ଼ୁଆବାହାଲ ନାଳ ନିକଟରେ ସଞ୍ଜୟଙ୍କର ମୃତଦେହ ଠାବ ହୋଇଥିଲା । ଅପହରଣ ପରେ ସଂଜୟଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ଚମ୍ପୁଆ ପୋଲିସ ଛାନଭିନ୍ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ୍ କରିଛି । ଗିରଫ୍ ୪ଜଣ ହେଉଛନ୍ତି ଯୋଡ଼ାର ଅଭିଷେକ ଶତପଥୀ ଓରଫ୍ ରାଣା, ବିନୁ ରାମ୍, ରାଜକୁମାର ମହାକୁଡ ଓରଫ୍ ରାଜା ଏବଂ ଚମ୍ପୁଆର ସଞ୍ଜୟ ସାହୁ । ଟଙ୍କା ପାଇଁ ଏମାନେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱିକାର କରିଛନ୍ତି । କ୍ରସର ସ୍କ୍ରାପ୍ ବିକିବାକୁ କହି ତାହା ଦେଖାଇବା ପାଇଁ ଏମାନେ ସଂଜୟଙ୍କୁ ସାଙ୍ଗରେ ଡାକିନେଇଥିଲେ । ପର୍ଶଳାରୁ କିଛି ବାଟ ଯିବା ପରେ ତଡ଼ୁଆ ବାହାଳ ନିକଟରେ ସଂଜୟଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ଓ ଅଭିଷେକ ଶତପଥୀ ଓରଫ୍ ରାଣା, ରାଜା ନିକଟରେ ଥିବା ପିସ୍ତଲକୁ ନେଇ ସଞ୍ଜୟଙ୍କ ମୁଣ୍ଡରେ ଲଗାଇ ଗୁଳି କରିଥିଲା ବୋଲି ଚମ୍ପୁଆ ପୋଲିସ ସୂଚନା ଦେଇଛି । ଗିରଫ୍ ପରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.