ETV Bharat / state

ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ, ନଷ୍ଟ କଲା ଅବକାରୀ ବିଭାଗ

ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଛେଣ୍ଡିପଦା ଥାନା ଅଞ୍ଚଳରେ ଚଢାଉ କରାଯାଇ ଗଞ୍ଜେଇ କ୍ଷେତକୁ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

Cannabis cultivation on forest land destroyed by Correction Department
ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ, ନଷ୍ଟ କଲା ଅବକାରୀ ବିଭାଗ
author img

By

Published : Dec 10, 2020, 2:29 PM IST

ଅନୁଗୋଳ: ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଚାଲିଛି ଗଞ୍ଜେଇ ନିପାତ ଅଭିଯାନ । ଗୁରୁବାର ଅବକାରୀ ବିଭାଗ ଓ ପୋଲିସ ମିଶି ବେଆଇନ ଭାବେ ଛେଣ୍ଡିପଦା ଥାନା ନୂଆଗାଁ ପଞ୍ଚାୟତ ଭାଲିଆସର ଗାଁ ଜଙ୍ଗଲରେ ହୋଇଥିବା ଗଞ୍ଜେଇ ଫସଲରେ ନିଆଁ ଲଗାଇ ଏହାକୁ ନଷ୍ଟ କରିଛନ୍ତି ।

ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ, ନଷ୍ଟ କଲା ଅବକାରୀ ବିଭାଗ

ଜିଲ୍ଲା ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନେତୃତ୍ବରେ ପୋଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଛେଣ୍ଡିପଦା ଥାନା ନୂଆଗାଁ ପଞ୍ଚାୟତ ଭାଲିଆସର ଗାଁ ଜଙ୍ଗଲରେ ହୋଇଥିବା ଗଞ୍ଜେଇ କ୍ଷେତରେ ମିଳିତ ଚଢାଉ କରିଥିଲା । ଚଢ଼ାଉ ସମୟରେ 80 ଡିସିମିଲ ସରକାରୀ ଜମିରୁ ପ୍ରାୟ ଏକ ହଜାର ଗଞ୍ଜେଇ ଗଛକୁ କାଟିବା ପରେ ନିଆଁ ଲଗାଇ ନଷ୍ଟ କରାଯାଇଛି।

ସମ୍ପୃକ୍ତ ଅପରାଧୀ ଫେରାର ହୋଇଥିବା ବେଳେ ଏ ସମ୍ପର୍କରେ କୌଣସି ମାମଲା ରୁଜୁ କରାଯାଇନାହିଁ । ଗତ 3 ତାରିଖରେ ଗ୍ରାମର ନାଳ ପାର୍ଶ୍ବର ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ଚଢ଼ାଉ କରି 2 ଏକର ଜମିରୁ ତିନି ହଜାର ଗଞ୍ଜେଇ ଗଛକୁ ସମାନ ଭାବରେ ନଷ୍ଟ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.