ETV Bharat / state

Panchayat Poll: ଧଡରପାଳ ପଞ୍ଚାୟତରେ ଜମୁଛି ପଞ୍ଚାୟତ ନିର୍ବାଚନୀ ପ୍ରଚାର - ଅନୁଗୋଳ ଜିଲ୍ଲାରେ ଜମୁଛି ପଞ୍ଚାୟତ ନିର୍ବାଚନୀ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ଦେଖିବାକୁ ମିଳୁଛି ନିର୍ବାଚନୀ ପ୍ରଚାର । କୋଭିଡ କଟକଣା ଅନୁସାରେ ପ୍ରାର୍ଥୀ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଅଧିକ ପଢନ୍ତୁ

candidate campaigning for panchayat poll in dhadarpal gram panchayat
Panchayat Poll: ଧଡରପାଳ ପଞ୍ଚାୟତରେ ଜମୁଛି ପଞ୍ଚାୟତ ନିର୍ବାଚନୀ ପ୍ରଚାର
author img

By

Published : Feb 4, 2022, 10:12 PM IST

ଅନୁଗୋଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ଦେଖିବାକୁ ମିଳୁଛି ନିର୍ବାଚନୀ ପ୍ରଚାର । କୋଭିଡ କଟକଣା ଅନୁସାରେ ପ୍ରାର୍ଥୀ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କ ମନ ଜିତିବା ଲାଗି ଦେଉଛନ୍ତି ବିଭିନ୍ନ ପ୍ରତିଶୃତି । ଅନ୍ୟପଟେ କିଶୋରନଗର ବ୍ଲକର ଧଡରାପାଳ ପଞ୍ଚାୟତରେ ପ୍ରାର୍ଥୀଙ୍କ ଦ୍ବାରା ପ୍ରଚାର ଜୋରଦାର କରାଯାଉଛି । ଏହି ପଞ୍ଚାଯତରେ ସରପଞ୍ଚ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ହେଲେ ଲଢେଇ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି ।

Panchayat Poll: ଧଡରପାଳ ପଞ୍ଚାୟତରେ ଜମୁଛି ପଞ୍ଚାୟତ ନିର୍ବାଚନୀ ପ୍ରଚାର

ତେବେ ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଅଧୀନରେ ରହିଛି ଧଡରାପାଳ ପଞ୍ଚାୟତ । ଏହି ପଞ୍ଚାୟତଟି ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଅବସ୍ଥିତ । ଧଡରାପାଳ, ନତଡା, କେନ୍ଦୁନାଳୀ, ଖେତି, ହରିଡାନାଳୀ, ତେନ୍ତୁଳିଖୋଲ, ଆମ୍ବଖୋଲ, ଚିନ୍ତାମଣିପୁର ଏବଂ ଖରିଆକାନି ଆଦି ୯ଟି ଗାଁ ଅଛି । ସେହିପରି ଲୋକ ସଂଖ୍ୟା ୩୨ଶହ ଥିବା ବେଳେ ମୋଟ ଭୋଟର ସଂଖ୍ୟା ୨୫୫୦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ମହିଳା ଭୋଟର ୧୨ ଶହ ଥିବା ବେଳେ ପୁରୁଷ ଭୋଟର ୧୩ଶହ ୫୦ ରହିଛନ୍ତି । ସେହିଭଳି ପଞ୍ଚାୟତରେ ୧୧ଟି ୱାର୍ଡ ରହିଛି ।

ଏଣୁ ଲୋକେ ଜଣେ ଉପଯୁକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି । ଏହି ପଞ୍ଚାୟତରେ ରହିଛି ଅନେକ ମୌଳିକ ସମସ୍ୟା । ଏହି ସବୁ ସମସ୍ୟା ଯିଏ ଦୂର କରିବ ସେହି ପ୍ରାର୍ଥୀକୁ ଭୋଟ ଦେବୁ ବୋଲି କହିଛନ୍ତି ଭୋଟର । ଅପରପକ୍ଷେ ଧଡରପାଳ ପଞ୍ଚାୟତର ୨୦୧୭ରେ ସରପଞ୍ଚ ପଦବୀଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଏଥର ଅଣ ସଂରକ୍ଷିତ ରହିଛି । ଏଥିପାଇଁ ୪ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

ହେଲେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ କାଳନ୍ଦୀ ଚରଣ ପ୍ରଧାନ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ କୁମାର ସାହୁଙ୍କ ମଧ୍ୟରେ କଡା ଟକ୍କର ହେଉଛି । କାଳନ୍ଦୀ ୨୦୧୨ ରୁ ୨୦୧୭ ଏହି ପଞ୍ଚାୟତର ସରପଞ୍ଚ ରହିଥିଲେ । ଅନ୍ୟପକ୍ଷରେ ଦିଲ୍ଲୀପ ଜଣେ ମିଷ୍ଟଭାସି, ଉଚ୍ଚ ଶିକ୍ଷିତ ଓ ଜଣାଶୁଣା ନାଟ୍ୟକାର । କାଳନ୍ଦୀ ସରପଞ୍ଚ ଥିବା ସମୟରେ ଦିଲ୍ଲୀପ ତାଙ୍କ ପ୍ରତିନିଧି ଭାବେ ସମସ୍ତ କାର୍ଯ୍ୟ କରିଥିଲେ । ଏବେ ଦୁଇଜଣ ପରସ୍ପର ପ୍ରତିଦ୍ବନ୍ଦୀ ହୋଇ ନିର୍ବାଚନ ଲଢୁଛନ୍ତି । ଏହି ପଞ୍ଚାୟତରେ କଭିଳି ରହିଛି ପଞ୍ଚାୟତ ନିର୍ବାଚନ ପ୍ରଚାର ଓ ଭୋଟରଙ୍କ ମୁଡ୍ ଏହାକୁ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ଅନୁଗୋଳରୁ ସମ୍ବାଦଦାତା ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.