ETV Bharat / state

Panchayat Election: ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢୁଛନ୍ତି ବିଟେକ ଇଞ୍ଜିନିୟର - ଅନୁଗୋଳ ଖବର

ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏବେ ରାଜନୀତି ମୁହାଁ ହେଉଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ସରପଞ୍ଚ ପ୍ରାର୍ଥୀ ପାଇଁ ନିର୍ବାଚନ ଲଢୁଛନ୍ତି ବିଟେକ ଇଞ୍ଜିନିୟର । ଅଧିକ ପଢନ୍ତୁ

Odisha Panchayat Election : ସରପଞ୍ଚ ପ୍ରାର୍ଥୀ ପାଇଁ ନିର୍ବାଚନ ଲଢୁଛନ୍ତି ବିଟେକ ଛାତ୍ର

author img

By

Published : Jan 22, 2022, 9:45 PM IST

ଅନୁଗୋଳ : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏବେ ରାଜନୀତି ମୁହାଁ ହେଉଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଚର୍ଚ୍ଚାରେ ଅନୁଗୋଳ ଜିଲ୍ଲାର ବିଟେକ ଡିଗ୍ରୀ ଧାରୀ ସରପଞ୍ଚ ପାର୍ଥୀ । ନିଜ ଗାଁ ବିକାଶ ପାଇଁ ସେ ଇଞ୍ଜିନିୟର ଚାକିରି ଛାଡି ସରପଞ୍ଚ ହେବାକୁ ମନ ବଳାଇଛନ୍ତି । ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସେ ନାମାନଙ୍କ ଦାଖଲ କରିଛନ୍ତି ।

Panchayat Election: ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢୁଛନ୍ତି ବିଟେକ ଇଞ୍ଜିନିୟର

ସେ ହେଉଛନ୍ତି ଅନୁଗୋଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତର ସୁଜିତ ମହାଳିକ। ବୁର୍ଲା ୟୁନିଭରସିଟିରୁ ଗତ ୨୦୧୮ରେ ସିଭିଲ ଇଞ୍ଜିନିୟର ଭାବେ ପାସ କରିଥିଲେ। ଏହାପରେ ଝରସୁଗୁଡା ସ୍ଥିତ ବିରାଜ ଷ୍ଟିଲ କାରଖାନାରେ ଭଲ ଦରମାରେ ଚାକିରୀ କରିଥିଲେ । କିନ୍ତୁ ଚାକିରୀରେ ମନ ଲାଗିଲାନି । ଲୋକଙ୍କ ସେବା କରିବା ଏବଂ ନିଜ ଅଞ୍ଚଳ ପାଇଁ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବାର ଇଚ୍ଛା ତାଙ୍କ ମନରେ ଉଙ୍କି ମାରିଲା । ଶେଷରେ ସେ ବାଧ୍ୟ ହୋଇ ଚାକିରୀ ଛାଡି ଗାଁକୁ ଆସିଲେ ।

ଲୋକଙ୍କ ସେବା କରିବାକୁ ରାଜନୀତି ସବୁଠାରୁ ଭଲ ପ୍ଲାଟଫୋର୍ମ ବୋଲି ଚିନ୍ତା କଲେ । ତେଣୁ ନାମାଙ୍କନ ପତ୍ର ଦାଖଲ ଶେଷ ଦିନରେ ସେ ନିଜ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ । ତାଙ୍କର ଏହି ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି।

ଏହାବି ପଢନ୍ତୁ : ଢିଙ୍କିଆରେ ପୋଲିସର ବର୍ବରତା ଗ୍ରହଣୀୟ ନୁହେଁ: ରାଜ୍ୟ କଂଗ୍ରେସ ପ୍ରଭାରୀ

ପଞ୍ଚାୟତର ଅଧିକାଂଶ ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି । ପୋକତୁଙ୍ଗା ପଞ୍ଚାୟତରେ ଆଜି ସୁଦ୍ଧା ୧୨ଜଣ ସରପଞ୍ଚ ଦାୟିତ୍ୱ ନେଇଛନ୍ତି। କିନ୍ତୁ ସୁଜିତ ଯଦି ଏଥର ସରପଞ୍ଚ ଭାବେ ବିଜୟୀ ହୁଅନ୍ତି ତେବେ ସେ ସବୁଠାରୁ ଉଚ୍ଚ ଶିକ୍ଷିତ ସରପଞ୍ଚ ହୋଇ ପାରିବେ।

ତେଣୁ ଏଭଳି ଜଣେ ଉଚ୍ଚ ଶିକ୍ଷିତ କମ ବୟସର ଯୁବକ ସରପଞ୍ଚ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାରୁ ଗାଁ ଗାଁରେ ଆଲୋଚନା। ସମସ୍ତଙ୍କର ଆଶା ଓ ଭରସା ଏଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଶ୍ଚିତ ଭାବେ ପଞ୍ଚାୟତ ଉନ୍ନତି କରି ପାରିବ। ଅନ୍ୟପକ୍ଷରେ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଲୋକଙ୍କ ସେବା କରିବାକୁ ନିର୍ବାଚନ ମଇଦାନକୁ ଆସିଥିବା ସୁଜିତ ମଧ୍ୟ ଅନେକ ଆଶା ଏବଂ ସ୍ୱପ୍ନ ଦେଖୁଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.