ETV Bharat / state

ହାତୀ ଉଦ୍ଧାରବେଳେ ଅଘଟଣ, ଭାଇ-ଭଉଣୀଙ୍କୁ କଚାଡିଲା ହାତୀ

author img

By

Published : Mar 21, 2021, 9:04 PM IST

ଅନୁଗୋଳରେ କୂଅରେ ପଡିଥିବା ହାତୀକୁ ଉଦ୍ଧାରବେଳେ ଘଟିଲା ଅଘଟଣ । ଅନୁଗୋଳ ଜିଲ୍ଲା ଖମାର ବନାଞ୍ଚଳ ଶଙ୍ଖମୁର ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

ହାତୀ ଉଦ୍ଧାର ବେଳେ ଅଘଟଣ, ଭାଇ-ଭଉଣୀଙ୍କୁ କଚାଡିଲା ହାତୀ

ଅନୁଗୋଳ: କୂଅରେ ପଡିଥିବା ହାତୀକୁ ଉଦ୍ଧାରବେଳେ ଘଟିଲା ଅଘଟଣ । ଉଦ୍ଧାର ହାତୀର ଆକ୍ରମଣରେ ଭାଇ-ଭଉଣୀ ଗୁରୁତର । ଅନୁଗୋଳ ଜିଲ୍ଲା ଖମାର ବନାଞ୍ଚଳ ଶଙ୍ଖମୁର ଜଙ୍ଗଲରେ ରବିବାର ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତରମାନେ ହେଲେ ଶଙ୍ଖମୁର ଗାଁର ମୁରଲୀ ବେହେରା ଓ ତାଙ୍କ ଭଉଣୀ ଅଶାନ୍ତି ବେହେରା ।

ସୂଚନାଯୋଗ୍ୟ, ଶଙ୍ଖମୁର ଜଙ୍ଗରରେ ଥିବା ଏକ ପରିତ୍ୟକ୍ତ କୂଅରେ ଗୋଟିଏ ହାତୀ ପଡିଯାଇଥିଲା । ବନ ବିଭାଗ ହାତୀଟିକୁ ଉଦ୍ଧାର କରିବା ପରେ ସେ ଖୁବ ଜୋରରେ ଦୌଡିଥିଲା । ଏହି ସମୟରେ ସମ୍ପୃକ୍ତ ଭାଇ ଓ ଭଉଣୀ ଜଙ୍ଗଲରେ ମହୁଲ ସଂଗ୍ରହ କରୁଥିଲେ । ଯାହାଫଳରେ ହାତୀଟି ସେଠାରେ ସେମାନଙ୍କୁ କଚାଡି ଫିଙ୍ଗି ଦେଇଛି । ଗୁରୁତର ଦ୍ବୟଙ୍କୁ ଗ୍ରାମବାସୀ ଖମାର ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.