ETV Bharat / state

ପୁଣି ଚର୍ଚ୍ଚାରେ ସ୍ବାସ୍ଥ୍ୟସେବା: ଶିଶୁ ଦେହରୁ ମିଳିଲା ଅଧାଭଙ୍ଗା ଛୁଞ୍ଚି - ଅନୁଗୋଳ ଲାଟେଷ୍ଟ ନ୍ୟୁଜ

ପୁଣି ସାମ୍ନାକୁ ଆସିଛି ଅବହେଳିତ ସ୍ବାସ୍ଥ୍ୟସେବାର ନଗ୍ନ ରୂପ । ଆଉ ଏଥର ଏହି ଅବହେଳାର ଶିକାର ହୋଇଛି ଆଠମଲ୍ଲିକ ମାଧପୁରର ସୀତାକାନ୍ତ ପଣ୍ଡାଙ୍କ ତିନି ବର୍ଷର ପୁଅ ସ୍ବୟଂଜିତ ପଣ୍ଡା । ଥଣ୍ଡା କାଶ ପାଇଁ ଇଞ୍ଜେକ୍ସନ ଦେବାକୁ ଯାଇ ହୀନସ୍ତା ହୋଇଛି ଶିଶୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Oct 17, 2019, 4:33 PM IST

ଅନୁଗୋଳ: ପୁଣି ସାମ୍ନାକୁ ଆସିଛି ଅବହେଳିତ ସ୍ବାସ୍ଥ୍ୟସେବାର ନଗ୍ନ ରୂପ । ଆଉ ଏଥର ଏହି ଅବହେଳାର ଶିକାର ହୋଇଛି ଆଠମଲ୍ଲିକ ମାଧପୁରର ସୀତାକାନ୍ତ ପଣ୍ଡାଙ୍କ ତିନି ବର୍ଷର ପୁଅ ସ୍ବୟଂଜିତ ପଣ୍ଡା । ଥଣ୍ଡା କାଶ ପାଇଁ ଇଞ୍ଜେକ୍ସନ ଦେବାକୁ ଯାଇ ହୀନସ୍ତା ହୋଇଛି ଶିଶୁ । ଫଳରେ ଇଞ୍ଜେକ୍ସନର ଛୁଞ୍ଚି ଅଧା ଭାଙ୍ଗି ଶରୀର ଭିତରେ ରହିଯାଇଥିବାରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ ଏକ ମାସ ତଳେ ଆଠମଲ୍ଲିକ ମୋହନ ଖଳିରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ସୀତାକାନ୍ତଙ୍କ ପୁଅ ସ୍ବୟଂଜିତକୁ ଥଣ୍ଡା କାଶ ପାଇଁ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଥିବା ଷ୍ଟାଫ ନର୍ସ ସ୍ବୟଂଜିତଙ୍କ ଅଣ୍ଟାରେ ଇଞ୍ଜେକ୍ସନ ଦେଇଥିଲେ । ହେଲେ ଇଞ୍ଜେକ୍ସନର ଛୁଞ୍ଚି ଭାଙ୍ଗିଯାଇ ସ୍ବୟଂଜିତଙ୍କ ଦେହରେ ଅଧା ରହିଯାଇଥିଲା । ଯାହା ସମ୍ପର୍କରେ କାହାକୁ କିଛି ନଜଣାଇ ଚୁପ ରହିଯାଇଥିଲେ ନର୍ସ ଜଣଙ୍କ ।

ଗତ ଏକମାସ ହେବ ଛୁଞ୍ଚି ରହିଯାଉଥିବାରୁ ଯନ୍ତ୍ରଣା ପାଉଥିଲା ଶିଶୁ ଏବଂ ହଠାତ୍‌ ଏକମାସ ପରେ ଶିଶୁଟିର ସମ୍ବେଦନଶୀଳ ଜାଗାରେ ଛୁଞ୍ଚିଟି ଅଧା ବାହାରିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ । ପରେ ପରିବାର ଲୋକେ ଶିଶୁକୁ ଗୁରୁବାର ସକାଳେ ମାଧପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଆଠମଲ୍ଲିକ ଚିକିତ୍ସାଳୟକୁ ସ୍ବୟଂଜିତକୁ ସ୍ଥାନାନ୍ତର କରାଯାଇଥିଲା । ଆଠମଲ୍ଲିକ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଶିଶୁର ଶରୀରରୁ ଛୁଞ୍ଚିକୁ ବାହାର କରି ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୁଣି ମେଡିକାଲ ରେ ଇଜେକ୍ସନ ଦେବା ହେଲା କାଳ । ଇଂଜେକସନ ଛୁଞ୍ଚି ଅଧା ଭାଙ୍ଗି ଶରୀର ଭିତରେ ରହି ଯାଇ ଥିବାରୁ ଯନ୍ତ୍ରଣାରେ ଛୋଟ ପଟ ହେଉଛି ଶିଶୁ ।Body: ଥଣ୍ଡା ଖାସ ପାଇଁ ଦିଆ ଯାଇଥିଲା ଇଂଜେକସନ । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ। ପ୍ରାୟ ଏକ ମାସ ତଳେ ଆଠମଲ୍ଲିକ ମୋହନ ଖଳିରେ ରହି ଶ୍ରମିକ ଭାବେ କାମ କରୁଥିବା ସୀତାକାନ୍ତ ପଣ୍ଡା ତାଙ୍କର ତିନି ବର୍ଷର ପୁଅ ସ୍ୱୟଂଜିତ ପଣ୍ଡାକୁ ଥଣ୍ଡା ଓ ଖାସ ହେବାରୁ ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖାଇ ବାକୁ ନେଇଥିଲେ । ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡାକୁ ଅଣ୍ଟାରେ ଇଂଜେକସନ ଦେଇଥିଲେ । ତେବେ ଏହି ଇଂଜେକସନ ଦେବାବେଳେ ଅଣ୍ଟାରେ ରହିଯାଇଥିଲା ନିଡିଲ । କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ କାହାକୁୁ କିଛି ଜଣାଇ ନଥିଲେ । ଆଉ ପରିବାର ଲୋକ ଏ ସମ୍ପର୍କରେ କିଛି ବି ଜାଣି ମଧ୍ୟ ପାରି ନଥିଲେ । ହେଲେ ତା ପରଠୁ ଶିଶୁଟି କିନ୍ତୁ ଅନେକ ଯନ୍ତ୍ରଣା ପାଉଥିଲା । ଆଜି ହଠାତ ଶିଶୁର ସମ୍ବେଦନଶୀଳ ଜାଗାରେ ନିଡିଲଟି ଅଧା ବହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକ । Conclusion:ଶିଶୁକୁ ଆଜି ଭୋରରେ ମାଧପୁର ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଆଠମଲ୍ଲିକ ଚିକିତ୍ସାଳୟକୁ ସ୍ୱୟଂଜିତ କୁ ସ୍ଥାନତର କରାଯାଇଛି । ସେଠାରେ ଚିକିତ୍ସା ପରେ ଶିଶୁର ଶରୀରରୁ ଛୁଞ୍ଚି ବାହାର କରି ଦିଆ ଯାଇଛି। ତେବେ ନର୍ସଙ୍କ ଅବହେଳା ଏଠାରେ ସ୍ପଷ୍ଟ ଜଣା ପଡି ଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.