ETV Bharat / state

ଅନୁଗୋଳ ଜିଲ୍ଲା ଡାକ୍ତରଖାନା: ରକ୍ତ ଭଣ୍ଡାରରେ ରକ୍ତର ଅଭାବ, ହନ୍ତସନ୍ତ ରୋଗୀ

ରକ୍ତ ଭଣ୍ଡାରରେ ମିଳୁନି ରକ୍ତ । ନାହିଁ ନଥିବା ହୀନସ୍ତା ଭୋଗୁଛନ୍ତି ରୋଗୀ । ରକ୍ତ ୟୁନିଟଟିଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପାଇଁ ପଡୁଛି । ଆଉ କେବେ କେବେ ମିଳୁନାହିଁ ରକ୍ତ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
author img

By

Published : May 4, 2019, 1:20 PM IST

ଅନୁଗୋଳ : ରକ୍ତ ଭଣ୍ଡାରରେ ରକ୍ତାଭାବ । ରକ୍ତ ଆବଶ୍ୟକତା କରୁଥିବା ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ଅନୁଯାୟୀ ରକ୍ତ । ଫଳରେ ଅନେକ ରୋଗୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯେଉଁଠି ଦୈନିକ ୪୦ ରୁ ୫୦ ୟୁନିଟ ରକ୍ତର ଅବଶ୍ୟକତା ରହିଛି, ସେଇଠି ଅଛି ମାତ୍ର ୭ ରୁ ୮ ୟୁନିଟ ରକ୍ତ । ଏଭଳି ଘୋର ରକ୍ତାଭାବ ରହିଛି ଅନୁଗୋଳ ଜିଲ୍ଲା ଡାକ୍ତରଖାନାର ରକ୍ତ ଭଣ୍ଡାରରେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଗତ ୧୦ ରୁ ୧୨ ଦିନ ହେବ ରୋଗୀଙ୍କୁ ମିଳୁନି ରକ୍ତ । ରକ୍ତ ଭଣ୍ଡାରରେ ଏଭଳି ରକ୍ତାଭାବ ରୋଗୀଙ୍କୁ ବିପଦ ମୁହଁକୁ ଠେଲି ଦେଉଛି । ରକ୍ତ ୟୁନିଟଟିଏ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ତିନି ଚାରି ଦିନ ଅପେକ୍ଷା କରିବାକୁ ପଡୁଛି । ଫଳରେ ଜରୁରୀ ରକ୍ତ ଆବଶ୍ୟକ କରୁଥିବା ରୋଗୀ ପାଇଁ ବିପଦ ସୃଷ୍ଟି ହେଉଛି । ଯିଏ ରକ୍ତ ଦେବା ଲୋକ ଯୋଗାଡ କରିପାରୁଛି ସେ ହିଁ ରକ୍ତ ୟୁନିଟ ପାଇପାରୁଛି । ବାକି ଅନ୍ୟମାନେ ନାନା ପ୍ରକାର ହୀନସ୍ତା ଭୋଗୁଛନ୍ତି ।

ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀ ନିର୍ଭର କରନ୍ତି । ଏହା ବ୍ୟତୀତ ସିକଲିନ ଓ ଥାଲାସେମିଆ ଭଳି ରୋଗୀଙ୍କୁ ମାସରେ ଦୁଇ ଥର ରକ୍ତ ଦେବାକୁ ପଡେ । ଖରା ଏବଂ ନିର୍ବାଚନ ଯୋଗୁଁ ରକ୍ତଦାନ ଶିବିର ହେଉନାହିଁ । ଏହା ଛଡା ନିର୍ବାଚନ ଥିବାରୁ ଶିବିରର ମଧ୍ୟ ଆୟୋଜନ କରାଯାଇ ପାରିନାହିଁ । କିଭଳି ସୁଧାର ଆସିବ ସେ ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.