ETV Bharat / state

ବିଜେପିର ଚେତାବନୀ: ଗରିବଙ୍କୁ ହକ ଦିଅ, ନ ହେଲେ ମିଳିବ ଉଚିତ ଜବାବ

author img

By

Published : Jul 8, 2021, 4:27 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି । କହିଲା ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ନ ପାଇଲେ ବ୍ୟାପକ ଆନ୍ଦୋଳନ ଚେତବନୀ । ଅଧିକ ପଢନ୍ତୁ...

ବିଜେପିର ଚେତାବନୀ: ଗରିବଙ୍କୁ ହକ ଦିଅ, ନହେଲେ ମିଳିବ ଉଚିତ ଜବାବ

ଅନୁଗୋଳ: ଗରିବଙ୍କ ହକ ଦିଅ, ନ ହେଲେ ବିଜେପି ତାର ଜବାବ ଦେବ । ଆବାସ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାରଙ୍କୁ ଏପରି ଢଙ୍ଗରେ ଟାର୍ଗେଟ କରିବା ସହ ଚେତାବନୀ ଦେଇଛି ଦଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଜିଲ୍ଲା ବିଜେପି ପକ୍ଷରୁ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

ବିଜେପିର ଅଭିଯୋଗ ଅନୁସାରେ ଅନୁଗୋଳ ଜିଲ୍ଲାରେ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇ ପାରୁ ନଥିବାବେଳେ ବହୁ ଅଯୋଗ୍ୟ ବ୍ୟକ୍ତି ଚଞ୍ଚକତା କରି ସରକାରୀ ଯୋଜନାରେ ଘର ହାତେଇଛନ୍ତି । ତେଣୁ ଏହାର ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଘର ଫେରାଇ ଆଣି ଯୋଗ୍ୟ ହିତାଧିକାରୀଙ୍କୁ ଦେବାକୁ ଦାବି କରିଛି ଦଳ । ଯଦି ଏଦିଗରେ ପ୍ରଶାସନ ଦୃଷ୍ଟି ନଦିଏ ଓ ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.