ETV Bharat / state

ତୁଟୁନି ତାଳଚେର MCL ମେଡ଼ିକାଲ କଲେଜ ବିବାଦ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

କିଏ ଚଳାଇବ ଏମସିଏଲ (MCL) ମେଡ଼ିକାଲ କଲେଜ । ଆଉ କିଏ ନେବ ଏହି କଲେଜ ହେବାର ଶ୍ରେୟଃ, ଏହାକୁ ନେଇ ଏବେ ଲାଗିଛି ଟଣାଓଟରା । ଅଧିକ ପଢନ୍ତୁ

ତୁଟୁନି ତାଳଚେର MCL ମେଡ଼ିକାଲ କଲେଜ ବିବାଦ
ତୁଟୁନି ତାଳଚେର MCL ମେଡ଼ିକାଲ କଲେଜ ବିବାଦ
author img

By

Published : May 11, 2022, 7:25 AM IST

ଅନୁଗୋଳ: କିଏ ଚଳାଇବ ଏମସିଏଲ (MCL) ମେଡ଼ିକାଲ କଲେଜ । ଆଉ କିଏ ନେବ ଏହି କଲେଜ ହେବାର ଶ୍ରେୟଃ, ଏହାକୁ ନେଇ ଏବେ ଲାଗିଛି ଟଣାଓଟରା । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ କଲେଜ ଚାଲୁ ପାଇଁ ତାଳଚେର ବନ୍ଦ କରାଯାଇଥିବାବେଳେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଏହାକୁ ଚାଲନ୍ତୁ ବୋଲି କୁହାଯାଇଛି ।

ତୁଟୁନି ତାଳଚେର MCL ମେଡ଼ିକାଲ କଲେଜ ବିବାଦ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଥିବା ସମୟରେ ତାଳଚେର ଠାରେ ମେଡ଼ିକାଲ କଲେଜ କରିବାକୁ ପଦକ୍ଷେପ ନେଇଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କୋଇଲା ମନ୍ତ୍ରଣାଳୟ, ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେଇଥିଲେ । ଫଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କଲେଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ସେହିଭଳି ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହେବା ପରେ ଏହାକୁ ଆସି ଉଦଘାଟନ୍‌ କରିଥିଲେ । ହେଲେ ଏବେ ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ବ ନେବାକୁ ଚାହୁଁ ନାହାନ୍ତି । ଫଳରେ ଆଖପାଖ ଅଞ୍ଚଳର ବହୁ ଲୋକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଅନ୍ୟପଟେ ଏମସିଏଲ ବାରମ୍ବାର ରାଜ୍ୟ ସରକାରଙ୍କୁ ଏହାର ପରିଚାଳନା ଦାୟିତ୍ବ ନେବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏପରିକି ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ମଧ୍ୟ ଏମସିଏଲ ଜଣାଇଛି । କିନ୍ତୁ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ବୋଲି କାଳନ୍ଦୀ ସାମଲ ଅଭିଯୋଗ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.