ଅନୁଗୋଳ: ତାଳଚେର ପୌର ପାଳିକା ଦଖଲ ପାଇଁ ଚାଲିଛି ନେତାଙ୍କ ପ୍ରୟାସ । କିଏ ଘରକୁ ଘର ବୁଲୁଛି ତ କିଏ ସାହିରୁ ସାହି ବୁଲି ପ୍ରଚାର କରୁଛି । ବିଜେପି ପୁଣି ଥରେ କ୍ଷମତା ଦଖଲ ପାଇଁ ଉଦ୍ୟମ କରୁଛି । ଜିଲ୍ଲାର ତାଳଚେର ପୌର ପାଳିକାକୁ ନିଜ ଦଖଲକୁ ଫେରାଇ ନେବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ପୌରାଞ୍ଚଳରେ ବିଜେପି ନିଜ ପ୍ରଚାରକୁ ଟିକିଏ ଅଲଗା କରିଛି । ଘରକୁ ଘର ଯାଇ ଭୋଟରଙ୍କୁ ଭେଟି ନିଜର ପ୍ରଚାର କରିଛନ୍ତି ବିଜେପିର ନଗରପାଳ ପ୍ରାର୍ଥୀ ଯଯାତି ପଟ୍ଟନାୟକ ।
ଗୁରୁବାର ଯଯାତି ପୌରାଞ୍ଚଳର 13 ନଂ ୱାର୍ଡରେ ଘରକୁ ଘର ଯାଇ ବିଜେପି ପାଇଁ ଭୋଟ ମାଗିଛନ୍ତି । ସେ ବିଜୟୀ ହେଲେ ନଗର ବିକାଶ ଧାରାକୁ ଆଗକୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ପୌରାଞ୍ଚଳରେ ଏଥର ଆମ ଆଦମୀ ପାର୍ଟି ପକ୍ଷରୁ ନଗରପାଳ ଭାବେ ନିର୍ବାଚିତ ଲଢ଼ୁଛନ୍ତି ରଞ୍ଜିତ ମହାପାତ୍ର ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ