ଅନୁଗୋଳ: ହିତାଧିକାରୀଙ୍କୁ ମିଳୁନି ସରକାରୀ ଚାଉଳ । ସରକାରଙ୍କ ପକ୍ଷରୁ BPL ହିତାଧିକାରୀ ପାଇଁ ଚାଉଳ ଯୋଗାଇଆ ଦିଆଯାଇଥିବା ବେଳେ ସମ୍ପୃକ୍ତ କଣ୍ଟ୍ରୋଲ ଡିଲର ଚାଉଳ ଯୋଗାଉ ନଥିବା ଅଭିଯୋଗ ହୋଇଛି । ପ୍ରାୟ 3 ମାସର ଚାଉଳ ଲୋକେ ପାଇ ନଥିବା ଅଭିଯୋଗ କରିଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳର ବସଲା ପଞ୍ଚାୟତରେ ।
ସୂଚନା ଅନୁଯାୟୀ, ଅନୁଗୋଳର ବସଲା ପଞ୍ଚାୟତରେ ସରକାର ଯୋଗାଉ ଥିବା ମାଗଣା ରାସନ ଚାଉଳ ପାଇବାରୁ ବଞ୍ଚିତ ଗରିବ ଲୋକେ । ହିତାଧିକାରୀଙ୍କୁ ତିନିମାସ ହେବ ମିଳିନାହିଁ ରାସନ ଚାଉଳ । ଯେଉଁ ଚାଉଳ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଦିଆଯିବ କଥା ତାହା ଲୋକେ ଏବେ ବଜାରରୁ କିଣୁଛନ୍ତି । ସାଧାରଣ ଗରିବ ଲୋକଙ୍କ ପାଇଁ ଆସୁଥିବା ଚାଉଳ ଦେବାକୁ ଡିଲର ଦିନ ପରେ ଦିନ ଘୁଞ୍ଚେଇ ଚାଲିଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ସରକାର ଚାଉଳ ଦେଉଥିବା ବେଳେ ଡିଲର ନିଜ ମନମୁଖୀ କାର୍ଯ୍ୟ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯାହା ଫଳରେ ଲୋକେ ନାନା ଅସୁବିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ଗତ ଡିସେମ୍ବର ମାସ ପର ଠାରୁ ଗାଁର ହିତାଧିକାରୀଙ୍କୁ ଡିଲର ଚାଉଳ ଦେଇଥିଲେ । ଯେଉଁ ଥିରେ ପ୍ରାୟ ୨୦ଜଣ ହିତାଧିକାରୀ ବଞ୍ଚିତ ହୋଇଥିଲେ । ସେହିପରି ଦ୍ଵିତୀୟ କୋଟା ଗତ ଏପ୍ରିଲ୍ ମାସରେ ଆସିଲା । ଏପ୍ରିଲ୍, ମେ ଓ ଜୁନ୍ ମାସର ଏକକାଳୀନ ଚାଉଳ ବଣ୍ଟାଯାଇଥିବା ବେଳେ ଡିଲର ଅଧେ ଲୋକଙ୍କୁ ଚାଉଳ ବାଣ୍ଟିଥିବା ବେଳେ ଅଧେ ଲୋକଙ୍କୁ ଚାଉଳ ନାହଁ କହି ଫେରେଇ ଦେଇଥିଲା । ଏନେଇ ଲୋକେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା । ଅନୁଗୋଳ ବିଡ଼ିଓଙ୍କ ନିର୍ଦ୍ଦେଶରେ ଘଟଣା ତଦନ୍ତ କରାଯାଇଛି । ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ଡିଲର ପାଖରେ ପ୍ରାୟ ୭୪.୯୭ କ୍ୱିଣ୍ଟାଲ ଚାଉଳ ମହଜୁଦ ରହିବା କଥା । ଯାହା ବର୍ତ୍ତମାନ କୌଣସି ପତ୍ତା ମିଳୁନାହିଁ କି ଡିଲର ଜଣକ ତାର ହିସାବ ଦେଇପାରୁ ନାହାନ୍ତି ।
ଅଧିକ ପଢ଼ନ୍ତୁ: ପାଞ୍ଚ ଦଫା ଦାବି ନେଇ ପିଡ଼ିଏସ ଡିଲର ସଂଘର ବିକ୍ଷୋଭ
ତେବେ ନିକଟରେ ପାଞ୍ଚ ଦଫା ଦାବି ନେଇ ଧାରଣାକୁ ଓହ୍ଳାଇଥିଲେ ପିଡ଼ିଏସ ଡିଲର ସଂଘ । କାର୍ଡଧାରୀଙ୍କୁ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଖାଉଟି ସାମଗ୍ରୀ ସୁଚାରୁ ରୂପେ ବଣ୍ଟନ କରୁଥିଲେ ମଧ୍ୟ ଡିଲରଙ୍କୁ ମିଳୁନି ପାରିଶ୍ରମିକ । କୋରୋନା ସମୟରେ ଦୀର୍ଘ 28 ମାସ ଧରି ମାଗଣାରେ କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାରିଶ୍ରମିକ ନମିଳିବାକୁ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଇଟିଭି ଭାରତ, ଅନୁଗୋଳ