ଅନୁଗୋଳ: ଛେଣ୍ଡିପଦା ବନାଞ୍ଚଳ ଭାଗଲାକଟା ଗ୍ରାମରେ ଏକ ପରିତ୍ୟକ୍ତ କୂଅରେ ଖସିପଡିଛି ଭାଲୁ । ଖାଦ୍ୟ ଅନ୍ବେଷଣରେ କୂଅରେ ପଡିଥିବା ସୂଚନା ମିଳିଛି । କୂଅରେ ପଡି ଭାଲୁ ଚିତ୍କାର କରିବା ପରେ ଗାଁ ଲୋକଙ୍କ ନଜରକୁ ଆସିଥିଲା ।
ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲରୁ ଜନବସତି ଆଡକୁ ମାଡି ଆସିଥିବା ଭାଲୁ ଗ୍ରାମର ବିକ୍ରମ ସାହୁଙ୍କ ପୋଟଳ ବଗିଚାରେ ଥିବା ପରିତ୍ୟକ୍ତ କୂଅରେ ଖସି ପଡିଥିଲା । ବର ପାଇ ଛେଣ୍ଡିପଦା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ଭାଲୁକୁ ଉଦ୍ଧାର କରିଥିଲେ । ତେବେ ଭାଲୁଟି ବିଳମ୍ବିତ ରାତିରେ ଜଙ୍ଗଲରୁ ବାହାରକୁ ଆସିଥିବାବେଳେ କୂଅରେ ପଡିଯାଇଥିବା ସନ୍ଦେହ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ