ETV Bharat / state

ଭାଲୁ ହାବୁଡରେ ସ୍ବାମୀ, ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ - Anugul

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ସ୍ବାମୀ ଗୁରୁତର ଥିବାବେଳେ ଅଳ୍ପଳେ ବର୍ତ୍ତିଲେ ସ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 5, 2019, 5:38 PM IST

ଅନୁଗୋଳ: ଭାଲୁ ଆତଙ୍କରେ ଆତଙ୍କିତ ଛେଣ୍ଡିପଦା ଅଞ୍ଚଳବାସୀ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଭାଲୁ ଆତଙ୍କ । କିଛିଦିନ ତଳେ ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଭାଲୁ କାମୁଡି ଲହୁଲୁହାଣ କରିଥିବା ବେଳେ ଆଜି ପୁଣି ସେଇ ବନାଞ୍ଚଳର ଆଉ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଛି । ଫଳରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଟାକୁଆ ଗାଁର କୈଳାଶ ସାହୁ । କୈଳାଶ ସାହୁ ଗୁରୁତର ଆହତ ହୋଇ ଥିବାବେଳେ ତାଙ୍କ ସ୍ତ୍ରୀ କୁକିଳ ସାହୁ ଅଳ୍ପକେ ବର୍ତ୍ତିଛନ୍ତି । ଆଜି କୈଳାଶ ଓ ତାଙ୍କ ସ୍ତ୍ରୀ ଏକ ଶଗଡ଼ରେ ନିଜ ଜମି ଦେଖିବାକୁ ଯାଇଥିଲେ । ସେହି ସମୟରେ କୈଳାଶଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ଫଳରେ ସ୍ଥାନୀୟ ଲୋକେ ଉଭୟଙ୍କ ଚିତ୍କାର ଶୁଣି ଉଦ୍ଧାର ପାଇଁ ଆସିଥିଲେ ।

ସେପଟେ କୈଳାଶ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବାମହାତ ସହ ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି । ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ବନାଞ୍ଚଳ ଅଧିକାରୀ ଦୁର୍ଗା ଚରଣ ସାହୁଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

fghfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.