ETV Bharat / state

ଗଜା ଧାନ ବିହନ ନେଇ ଚିନ୍ତାରେ ଚାଷୀକୂଳ

ବିହନ ବସ୍ତାରେ ଗଜା । ଚାଷୀଙ୍କୁ ଦିଆଯାଇଥିବା ଧାନ ବିହନ ସବୁ ଗଜା ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଗଜା ବିହନକୁ ଯିଏ ବୁଣିଛି ତାହା ଗଛ ହେଉନାହିଁ । ଚାଷ ସମୟ ଗାଡି ଯାଉଥିବା ବେଳେ ଗଜା ବିହନକୁ ନେଇ ଏବେ ଚାଷୀ ଅନୁଗୋଳ ଜିଲ୍ଲା ବାରଗୌଣିଆ ପଞ୍ଚାୟତ ଚାଷୀ ।

author img

By

Published : Jul 13, 2019, 11:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ମୌସୁମୀ ଆଗମନରେ ବିଲରେ ଧାନ ବୁଣିବାକୁ ଚାଷୀକୂଳ ତରତର । ଏଥିପାଇଁ ବିହନ ନିଗମ ପକ୍ଷରୁ ଚାଷୀଙ୍କୁ ବିଭିନ୍ନ କିସମର ବିହନ ଯୋଗାଇ ଦିଆଯାଇଥିଲା । ମାତ୍ର ସେହି ସରକାରୀ ବିହନ ଆଣି ଏବେ ଚିନ୍ତାରେ ଚାଷୀ । କାରଣ ବିହନ ସବୁ ବସ୍ତା ଭିତରେ ଗଜା ହୋଇଯାଇଛି । ଆଉ ସେହି ଗଜା ବିହନକୁ ଯିଏ ବୁଣୁଛି ସେଥିରୁ ଗଛ ହେଉନାହିଁ । ଚାଷୀଙ୍କ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବାରଗୌଣିଆ ପଞ୍ଚାୟତରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜିଲ୍ଲା ବିହନ ନିଗମରୁ ୨୨ କ୍ବିଣ୍ଟାଲ ପୂଜା କିଶମର ଧାନ ବିହନ ସହ ସ୍ଵର୍ଣ୍ଣ କିସନ ବିହନ ଏବଂ ଅନ୍ୟାନ୍ୟ କିସମର ୪୫ କ୍ବିଣ୍ଟାଲ ଧାନ କିଣିଥିଲା ଖାଲଗାଁ ସମବାୟ ସମିତି । ତନ୍ମଧ୍ୟରୁ କେବଳ ପୂଜା କିସମର ଧାନ ବିହନ ବସ୍ତା ଭିତରେ ଗଜା ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ଚାଷ ସମୟ ବିତିଯାଉଥିବାରୁ ଏବେ ଗଜା ବିହନକୁ ନେଇ କଣ କରିବେ ସେ ନେଇ ଚିନ୍ତାରେ ଚାଷୀକୂଳ । ଅନ୍ୟପଟେ ପୂଜା କିସମର ବିହନ ଗଜା ହେବା କଥାକୁ ଖୋଦ୍ ବିହନ ନିଗମର ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି ।

କଥା ଅଛି ଚାଷ ତରତର ବଣିଜ ମଠ । ଯଦି ଠିକ ସମୟରେ ଜମିରେ ଚାଷ ନହୁଏ ତେବେ ଚଳିତବର୍ଷ ଚାଷୀର ଜମି ପଡିଆ ପଡିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.